ଓଡିଶା

odisha

ETV Bharat / state

ଟିକା ନେଲେ ରାୟଗଡାର ଆଗଧାଡିର ଯୋଦ୍ଧା - second phase vaccination

ରାୟଗଡା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମେତ ଅନେକ ଅଧିକାରୀ ଟିକା ନେଇଥିବା ଦେଖିବାକୁ ମିଳିଛି । ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ଯାଏଁ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି ।

ଟିକା ନେଲେ ରାୟଗଡାର ସମ୍ମୁଖ ଯୋଦ୍ଧା
ଟିକା ନେଲେ ରାୟଗଡାର ସମ୍ମୁଖ ଯୋଦ୍ଧା

By

Published : Feb 7, 2021, 8:37 AM IST

ରାୟଗଡା: ରାୟଗଡା ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମେତ ଅନେକ ଅଧିକାରୀ ଟିକା ନେଇଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ୬୨୮୨ ଜଣ ହିତାଧିକାରୀ ଟିକା ନେବା ନିମନ୍ତେ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ଦିନରେ ୬୭୩ ଜଣ ଟିକା ନେଇଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ଯାଏଁ ଚାଲୁ ରହିବ ।

ଟିକା ନେଲେ ରାୟଗଡାର ସମ୍ମୁଖ ଯୋଦ୍ଧା

ଓଡିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଓ ରାଜସ୍ବ ବିଭାଗ ଦ୍ବାରା ପ୍ରସ୍ତୁତ ତାଲିକା ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟୀକାକରଣ କରାଯିବ । ଶନିବାର ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଟୀକାକରଣ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗଦାନ କରି ଟୀକାକରଣର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶଙ୍କରୀପ୍ରସାଦ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

ଟିକା ନେଲେ ରାୟଗଡାର ସମ୍ମୁଖ ଯୋଦ୍ଧା

ଟିକା ନେବା ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ତଥା ସମସ୍ୟା ନଥିବାରୁ ସମସ୍ତେ ନିଶ୍ଚିନ୍ତରେ କୋଭିଡ ଟୀକାକରଣ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାପାଳ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଆହ୍ବାନ କରିଥିଲେ । ରାୟଗଡା ଜିଲ୍ଲା ସଦରମହକୁମା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ, ବସଷ୍ଟାଣ୍ଡ ସ୍ଥିତ ରିକ୍ରେସନ ହଲ, ସିଆରପିଏଫ ହେଡ୍ କ୍ବାଟର୍ସ ସହିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ଚାନ୍ଦିଲି ଏବଂ ଗୁଣପୁର ନଗର ଭବନ ଠାରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନିମନ୍ତେ ୫ ଟି ଟୀକାକରଣ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର ୬ ହଜାରରୁ ଉର୍ଦ୍ଧ୍ବ ସମ୍ମୁଖ କୋରୋନା ଯୋଦ୍ଧା ଟୀକାକରଣ କରିଥିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details