ରାୟଗଡ଼ା: ଜିଲ୍ଲାର ଡ଼ଙ୍ଗରିଆ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । ଏହାସହିତ ଖମ୍ବେସିଠାରେ ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ନିମନ୍ତେ 18ରୁ 44 ବୟସର ସମସ୍ତ କୋଭିଡ ଟିକା କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଛନ୍ତି ।
ଦାସବର୍ମା ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ଡ଼ଙ୍ଗରିଆ ଆଦିବାସୀ ଅଧ୍ୟୁଷିତ ଚାଟିକଣ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳ ଗସ୍ତ କରିଥିଲେ । ଖମ୍ବେସିଠାରେ ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ପାଇଁ 18ରୁ 44 ବୟସର ସମସ୍ତ କୋଭିଡ ଟିକା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ଚାଟିକଣ ଆଦିବାସୀ ଦକ୍ଷତା ବିକାଶ କେନ୍ଦ୍ରଠାରେ ଏକ ସମୀକ୍ଷା ବୈଠକ କରିଥିଲେ । ବର୍ତ୍ତମାନ କୋଭିଡ ପରିସ୍ଥିତି ସମୟରେ ଡ଼ଙ୍ଗରିଆମାନଙ୍କ କୋଭିଡ ପରୀକ୍ଷା, ସେମାନଙ୍କୁ ଶତପ୍ରତିଶତ ଟୀକାକରଣ, NREGEA ମାଧ୍ୟମରେ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ, ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବା ଉପରେ ସମ୍ପୃକ୍ତ ବିଭାଗୀୟ ଅଧକାରୀ ପ୍ରାଥମିକତା ଦେବା ନିମନ୍ତେ ଗୁରୁତ୍ବ ଆରୋପ ଦେଇଥିଲେ ।