ଓଡିଶା

odisha

ETV Bharat / state

ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା: 6 ଜଣ ନିଲମ୍ବିତ - 6 ଜଣ

ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାରେ ଇଷ୍ଟକୋଷ୍ଟ ରେଳବାଇ 6 ଜଣଙ୍କୁ ନିଲମ୍ବନ କରିଛି । ସେପଟେ କେମିତି ଘଟିଥିଲା ଦୁର୍ଘଟଣା ଡ୍ରାଇଭର ବଖାଣିଥିଲେ ପୁରା ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jun 27, 2019, 3:32 AM IST

ରାୟଗଡା: ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାରେ 6 ଜଣଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଷ୍ଟେସନ ମାଷ୍ଟର ସଞ୍ଜୟ ଟପୋ , ସିଗନାଲ ମ୍ୟାନ ଆର. ସନ୍ତୋଷ, ସିଙ୍ଗପୁରରୋଡ଼ ଏ କେବିନ ଇନଚାର୍ଜ ଜୟ ପ୍ରସାଦ, ସିଙ୍ଗାପୁରରୋଡ଼ ଷ୍ଟେସନ ମାଷ୍ଟର ଶେଖର ଗୁପ୍ତା , ସିଗନାଲ ମ୍ୟାନ ଭୂବନୀ ପ୍ରଧାନ ଓ ୱାଲଟିୟର ଡ଼ିଭିଜନର ଡ଼ିଭିଜନାଲ ଟ୍ରାଫିକ ଇନିସପେକ୍ଟର ସନ୍ତୋଷ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ମଙ୍ଗଳବାର ହାୱଡ଼ା - ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ରାୟଗଡାର ଅଙ୍ଗୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ 3ଜଣ ପ୍ରାଣ ହରାଇଥିବା ବେଳେ 5ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ମୃତକ ମାନେ ହେଲେ ମେଣ୍ଟେନାନ୍ସ ଟାୱାର କାରର ଟେକ୍‌ନିସିଆନ ସୁରେଶ, ରାୟଗଡ଼ା ବିଦ୍ୟୁତବିଭାଗର ସିନିୟର ସେକ୍ସନ ଇଞ୍ଜିନିଅର ସାଗର , ରାୟଗଡ଼ା ରେଲୱେ ବିଦ୍ୟୁତ ବିଭାଗର ଟେକନିସିଆନ ଗୌରୀ ନାଇଡୁ ।

ସେପଟେ ରାୟଗଡ଼ାରୁ କୋରାପୁଟ ସିଙ୍ଗଲ ଲାଇନ ହୋଇଥିବାରୁ କେଉଁ ପରିସ୍ଥିତିରେ ଗୋଟିଏ ଏକ୍ସପ୍ରେସ ଟ୍ରେନକୁ ସେହିରୁଟରେ ଛଡ଼ା ଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details