ଓଡିଶା

odisha

By

Published : Mar 25, 2022, 10:39 PM IST

ETV Bharat / state

ସନ୍ତୋଷ ସୁନା ହେଲେ ରାୟଗଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ସନ୍ତୋଷ ସୁନା ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଆଜି (ଶୁକ୍ରବାର) ଅନୁଷ୍ଠିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସନ୍ତୋଷ ସୁନା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ସନ୍ତୋଷ ସୁନା ହେଲେ ରାୟଗଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
ସନ୍ତୋଷ ସୁନା ହେଲେ ରାୟଗଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ରାୟଗଡା :ସନ୍ତୋଷ ସୁନା ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଆଜି (ଶୁକ୍ରବାର) ଅନୁଷ୍ଠିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସନ୍ତୋଷ ସୁନା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ମୁନିଗୁଡ଼ା କ ଜୋନର ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଏକମାତ୍ର ପ୍ରାର୍ଥୀ ଭାବେ ନମାଙ୍କନ ଦାଖଲ କରିଥିଲେ ।

ସନ୍ତୋଷ ସୁନା ହେଲେ ରାୟଗଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ରାୟଗଡା ଜିଲ୍ଲା ପରିଷଦର ୨୨ ଜଣ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରୁ ବିଜେଡିର ସମସ୍ତ ୧୬ ଜଣ ଉପସ୍ଥିତ ରହିଥିଲେ । ସେଥି ମଧ୍ୟରୁ ସନ୍ତୋଷ ଏକମାତ୍ର ପ୍ରାର୍ଥୀ ଭାବେ ନମାଙ୍କନ ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ନମାଙ୍କନ ଦାଖଲ କରି ନ ଥବାରୁ ନାମଙ୍କନ ଯାଞ୍ଚ ଓ ପ୍ରତ୍ୟାହାର ସମୟ ପରେ ସନ୍ତୋଷଙ୍କୁ ଉପାଧ୍ୟକ୍ଷ ଭାବେ ଘୋଷଣା କରାଯାଇଥିଲା । ନବ ନିର୍ବାଚିତ ଉପାଧ୍ୟକ୍ଷ ସନ୍ତୋଷ ଜିଲ୍ଲାର ବିକାଶ ପାଇଁ ଅନେକ କାମ କରିବା ସହ ସ୍ବାସ୍ଥ୍ୟ ଓ ଜଳ ଯୋଗାଣକୁ ଅଧିକ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details