ରାୟଗଡା:ଜିଲ୍ଲାରେ ସୁପର ସ୍ପେସିଆଲିଟି ଡାକ୍ତରଖାନାର ମାନ୍ୟତା ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଯୁବ ବିକାଶ ପରିଷଦର ଆନ୍ଦୋଳନ । ଯୁବ ବିକାଶ ପରିଷଦର ସଭାପତିଙ୍କ ନେତୃତ୍ବରେ ଚାଲିଛି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ।
ବୁଧବାର ଯୁବବିକାଶ ପରିଷଦ ରାୟଗଡା ପକ୍ଷରୁ ଜିଲ୍ଲାରେ ଚିକିତ୍ସା ସମସ୍ୟା ସୁଧାରିବା ସଙ୍ଗେ ସଙ୍ଗେ ଜ଼ିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାର ମାନ୍ୟତା ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଆରମ୍ଭ କରିଛି । ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ବରେ ରାୟଗଡା ସହରର ଏକ ନମ୍ବର ୱାର୍ଡସ୍ଥିତ ମା ମଝିଘରିଆଣି ମନ୍ଦିର ପରିସରରେ ପୂର୍ବାହ୍ନରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଛି । ଅପରାହ୍ନ ଦୁଇ ଘଣ୍ଟା ଠାରୁ ୱାର୍ଡ ନଂ ଦୁଇସ୍ଥିତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଥିଲା । ଗତ ଦିନରେ ଉକ୍ତ ଦାବିକୁ ନେଇ ପ୍ରଶାସନ ଦ୍ବାରସ୍ତ ହୋଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିବାରୁ ପୁନର୍ବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଛି ଯୁବ ବିକାଶ ପରିଷଦ ।