ଓଡିଶା

odisha

ETV Bharat / state

ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଏକ ଅସମାହିତ ପ୍ରଶ୍ନ

ଇତିଶ୍ରୀ ହତ୍ୟାକାଣ୍ଡକୁ 6 ବର୍ଷ ପୁରୁଛି । ହେଲେ ଆଜି ବି ଏହି ହତ୍ୟାକାଣ୍ଡ ଏକ ଅସମାହିତ ପ୍ରଶ୍ନ ହୋଇରହିଛି ।

Itishree Murder case
ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଏକ ଅସମାହିତ ପ୍ରଶ୍ନ

By

Published : Dec 14, 2019, 10:56 PM IST

ରାୟଗଡ଼ା: ବହୁ ଚର୍ଚ୍ଚିତ ଇତିଶ୍ରୀ ହତ୍ୟାକାଣ୍ଡ । ଘଟଣାରେ ଯବନିକା ପଡିଛି ସତ, ହେଲେ ଆଜି ବି ଏହି ହତ୍ୟାକାଣ୍ଡ ଏକ ଅସମାହିତ ପ୍ରଶ୍ନ ଘେରରେ ରହିଛି । ତେବେ ଏହି ଘଟଣାକୁ 6 ବର୍ଷ ପୁରୁଛି ।

ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଏକ ଅସମାହିତ ପ୍ରଶ୍ନ

ଅନେକ ସ୍ବପ୍ନ ନେଇ ଇତିଶ୍ରୀ କେନ୍ଦ୍ରାପଡାରୁ ଚାଲିଆସିଥିଲେ ରାୟଗଡାର ଟିକିରିକୁ । ଶିକ୍ଷୟତ୍ରୀ ଭାବେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିଲେ ସେ । ହେଲେ 2013 ଅକ୍ଟୋବର 27 ତାରିଖ ରାତିରେ ସ୍କୁଲ ପରିସରରେ କେହି ଜଣେ ଅଜଣା ନୀଳ ଜିନ୍ସ ପ୍ୟାଣ୍ଟ ପିନ୍ଧା ଯୁବକ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଆଉ ଗୁରୁତର ଅବସ୍ଥାରେ ଇତିଶ୍ରୀକୁ ପ୍ରଥମେ ଟିକିରି ପରେ ରାୟଗଡା ଓ ଶେଷରେ ବିଶାଖାପାଟନମ ସ୍ଥାନାନ୍ତର କରାଯାଇଥିଲା । ବିଶାଖାପାଟନମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ନଭେମ୍ବର 1ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ତତ୍‌କାଳୀନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରି ଚାର୍ଜସିଟ ଦାଖଲ କରିଥିଲା । ପରେ ସୁପ୍ରିମକୋର୍ଟ ଆଇନ ଛାତ୍ରୀ ସୁଦିପ୍ତ ଲେଙ୍କାଙ୍କ ଜନସ୍ବାର୍ଥ ମାମଲାକୁ ବିଚାର କରି ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ମାମଲାକୁ ବିଚାର କରି ନେତ୍ରାନନ୍ଦ ଦଣ୍ଡସେନାକୁ ଜିଲ୍ଲା ଜର୍ଜ ଆଜୀବନ କାରାଦଣ୍ଡ ଦେଇଛନ୍ତି ।
ସେପଟେ, ସିବିଆଇର ସ୍ବତନ୍ତ୍ର ଟିମ 18ଥର ରାୟଗଡା ଆସି ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜେରା ପରେ ନିଜ ତଦନ୍ତ ସୁପ୍ରିମ କୋର୍ଟରେ ଦାଖଲ କରିଥିଲେ । ପରେ ଏହି ମାମଲାର ଯବନିକା ପଡିଥିଲା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details