ଓଡିଶା

odisha

ETV Bharat / state

ସ୍କୁଲ୍‌ରେ ଝୁଲିବ ତାଲା, ସାମୁହିକ ଛୁଟିରେ ଗଲେ ଶିକ୍ଷକ - rayagada news

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ଶିକ୍ଷକମାନେ ନିଜର ହକ୍‌ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ରାୟଗଡ଼ା ଜିଲ୍ଳାର ସମସ୍ତ ଶିକ୍ଷକ ସାମୁହିକ ଛୁଟି ନେଇଛନ୍ତି । ଅଧିକ ପଢନ୍ତୁ

ସ୍କୁଲରେ ଝୁଲିବ ତାଲା , ସାମୁହିକ ଛୁଟିରେ ଗଲେ ଶିକ୍ଷକ
ସ୍କୁଲରେ ଝୁଲିବ ତାଲା , ସାମୁହିକ ଛୁଟିରେ ଗଲେ ଶିକ୍ଷକ

By ETV Bharat Odisha Team

Published : Sep 12, 2023, 7:49 AM IST

ସ୍କୁଲରେ ଝୁଲିବ ତାଲା , ସାମୁହିକ ଛୁଟିରେ ଗଲେ ଶିକ୍ଷକ

ରାୟଗଡ଼ା: ରାଜ୍ୟରେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । କେଉଁଠି ସ୍କୁଲ୍‌ରେ ଶିକ୍ଷକ ନଥିବା ବେଳେ ଅନ୍ୟ କେଉଁଠି ଶିକ୍ଷକମାନେ ନିଜର ହକ୍‌ ପାଇଁ ଅନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ସ୍କୁଲଗୁଡ଼ିକରେ ଝୁଲୁଛି ତାଲା । ବର୍ତ୍ତମାନ ରାଜ୍ୟର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ଶିକ୍ଷକମାନେ ନିଜର ହକ୍‌ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଜିଲ୍ଳାର ସମସ୍ତ ଶିକ୍ଷକ ସାମୁହିକ ଛୁଟି ନେଇଛନ୍ତି ।

ଆଜି ରାୟଗଡ଼ା ଜିଲ୍ଳାର ଶିକ୍ଷକ ସଂଘର ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଳାର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ନିଜର ନ୍ୟାର୍ଯ୍ୟ 3 ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆଜିଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେବାକୁ ନିଷ୍ପତ୍ତି ହୋଇଥିଲା ।

ପ୍ରକାଶ ଥାଉକି, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଳାର ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ଶୁକ୍ରବାରଠାରୁ BEO କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଅନେକ ବିଦ୍ୟାଳୟରେ ତାଲା ଝୁଲିବା ସହ ମଧ୍ୟାହ୍ନ ଭୋଜନ ଓ ଶିକ୍ଷାଦାନ ବନ୍ଦ ରହିଛି । ବିଗତ ୨ ଦିନ ହେଲା କାଶୀପୁର ବ୍ଲକର ୨ଶହରୁ ଅଧିକ ସ୍କୁଲ୍‌ରେ ତାଲା ପଡ଼ିବା ସହ ପାଠପଢ଼ା ଠପ ହୋଇଯାଇଛି । ଏହି ଆନ୍ଦୋଳନକୁ ଜୋରଦାର କରାଯିବା ସହ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ଏଥିରେ ସାମିଲ୍ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଧାରଣା ସ୍ଥଳରେ ଅଚେତ ହେଲେ ଶିକ୍ଷକ, ଆନ୍ଦୋଳନ ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ

ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଆଜି ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ସଙ୍ଗଠନର ନେତୃବୃନ୍ଦଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲା କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇଥିଲା । କୋଲନରା ବ୍ଲକ୍ ଶିକ୍ଷକ ସଂଘ ସମ୍ପାଦକ ଦୀପକ କୁମାର ସାହୁ ଓ ସୁରେଶ ପଟ୍ଟନାୟକଙ୍କ ଆବାହନରେ ଅନୁଷ୍ଠିତ ଏହି ବୈଠକରେ (AUPTF) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନରେଶ କୁମାର ସ୍ୱାଲସିଂ, ରାୟଗଡ଼ା ଜିଲ୍ଲା ସଭାପତି ଅଜିତ୍ କୁମାର ଚୌଧୁରୀ, OJTAର ଓଡ଼ିଶା ରାଜ୍ୟ ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ, ରାଜ୍ୟ ମିଳିତ ମଞ୍ଚ ଆବାହକ ସୁନୀଲ କୁମାର ପ୍ରଧାନ, ପଶ୍ଚିମ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ନେତା ତଥା ଆବାହକ ପ୍ରମୋଦ କୁମାର ପଣ୍ଡା ସମେତ ବିଭିନ୍ନ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ,ରାୟଗଡ଼ା

ABOUT THE AUTHOR

...view details