ଓଡିଶା

odisha

ETV Bharat / state

Suicide Attempt: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ଉଠାଇନେଲା ପୋଲିସ - ରାୟଗଡ଼ା ପୋଲିସ

ବୃଦ୍ଧ ଦମ୍ପତି ବାରମ୍ବାର ପ୍ରଶାସନ ଆଗରେ ନିଜ ଦୁଃଖ ଜଣାଇଲେ । ହେଲେ ଶୁଣିଲାନି ପ୍ରଶାସନ । ଆଉ କିଛି ଉପାୟ ପାଇଁ ଯେତେବେଳେ ଦମ୍ପତି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ସେତେବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 9, 2023, 6:33 PM IST

ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା:ଜିଲ୍ଲାର କାଶିପୁର ବ୍ଲକ ନୂଆପଡ଼ା ଗାଁର ବୃଦ୍ଧ ଦମ୍ପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ବୃଦ୍ଧ ଦମ୍ପତିଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି । ନିଜ ଜମି ଉତ୍କଳ ଆଲୁମିନା କାରଖାନା ଜବରଦଖଲ କରିଥିବା ନେଇ ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନମିଳିବା ପରେ ବୃଦ୍ଧ ଦମ୍ପତି ଏହି ଚରମ ନିଷ୍ପତ୍ତି ନେବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି (Rayagada police rescued elderly couple while self immolation attempt ) ।

ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ମିଳିଥିବା ସୂଚନା ଅନୁସାରେ ଉତ୍କଳ ଆଲୁମିନା କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ସେମାନଙ୍କ ୨୪ ସେଣ୍ଟ ଜମି ଅଧିଗ୍ରହଣ ହୋଇଥିଲା । ଏହି ଜମି ବାବଦର କ୍ଷତିପୂରଣ ଦେଇ କାରଖାନା କିନ୍ତୁ ୪୦ ସେଣ୍ଟ ଜମି ଅକ୍ତିଆର କରିଥିବା ଉଭୟେ ଅଭିଯୋଗ କରିଛନ୍ତି । ଡିମୁଣ୍ଡି ମୌଜାରେ ସେମାନଙ୍କ ଅଧିକ ଅଧିଗ୍ରହଣ ହୋଇଥିବା ୧୬ ସେଣ୍ଟ ଜମି ଉଦ୍ଧାର କରିବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି । ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସେମାନଙ୍କ ଜମି ଫେରାଇବା ପାଇଁ ନିବେଦନ କରି ଆସୁଛନ୍ତି।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜବତ ହେଲା 11 ଲକ୍ଷ

ତେବେ କୌଣସି ସ୍ଥାନରେ ମଧ୍ୟ ସୁଫଳ ଏହି ବୃଦ୍ଧ ଦମ୍ପତି ପାଇନାହାନ୍ତି । ଅନେକ ବର୍ଷ ଧରି ସେମାନେ ନିଜର ସଂଗ୍ରାମ ଜାରି ରଖିଛନ୍ତି । କାରଖାନା ପକ୍ଷରୁ ସେମାନଙ୍କ ଜମିରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି । ତାହାର କ୍ଷତିପୂରଣ ପ୍ରଦାନ ପାଇଁ ବାରମ୍ବାର ଦାବି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେମାନେ କାନ୍ଦି କାନ୍ଦି କହିଛନ୍ତି। ସବୁଠି ନିରାଶ ହୋଇ ଶେଷରେ ଆଜି ଆତ୍ମାହୁତି ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ଦମ୍ପତି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଆଜି ଚାଲିଥିବା ସମୟରେ ଉଭୟେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଉଠାଇ ନେଇଛି। ଏହି ଘଟଣା ସମ୍ପର୍କରେ ପ୍ରଶାସନର କୌଣସି ମତାମତ ମିଳିପାରିନାହିଁ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details