ଓଡିଶା

odisha

ETV Bharat / state

ନୂଆ ପାମ ଅଏଲ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ନେଇ ବଢିଲା ଜନ ଅସନ୍ତୋଷ

ରାୟଗଡ଼ାରେ ଉଦ୍ଧାର ହୋଇପାରୁନି ପାମ ଅଏଲ ପ୍ରକ୍ରିୟାକରଣ ୟୁନିଟ। ସେପଟେ ସବସିଡି ଟଙ୍କା ଲୁଟିବା ଲକ୍ଷ୍ୟରେ ଆଉ ଏକ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ନେଇ ବଢିଲା ଜନ ଅସନ୍ତୋଷ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 4, 2023, 9:05 PM IST

ରାୟଗଡ଼ା:ଜିଲ୍ଲାର ସୀମାନ୍ତ ଅତଡ଼ା ନିକଟରେ ରହିଛି ପାମ ଅଏଲ ପ୍ରକ୍ରିୟାକରଣ ୟୁନିଟ । ଦୀର୍ଘ ବର୍ଷ ଧରି ଏହି ୟୁନିଟ ଅଚଳ ଅବସ୍ଥାରେ ପଡି ରହିଛି । ଏହାର ପୁନରୁଦ୍ଧାର ହୋଇପାରୁନଥିବା ବେଳେ ଆଉ ଏକ ନୂଆ ୟୁନିଟ କୋରାପୁଟରେ ପ୍ରତିଷ୍ଠା କରିବା ଲାଗି ସଜବାଜ ହେଉଛନ୍ତି ଏହାର ମାଲିକାନା ଥିବା ଆନ୍ଧ୍ରର ଜନୈକ ଶିଳ୍ପପତି ଡ. ମୋହନ ରାଓ । ପୁଣି ସବସିଡି ହଡ଼ପ କରିବା ଲାଗି ଶିଳ୍ପପତି ଜଣକ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଏ ନେଇ ରାୟଗଡ଼ା ଜିଲ୍ଲାରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

ପାମ ଅଏଲ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ନେଇ ବଢିଲା ଜନ ଅସନ୍ତୋଷ

ୟୁନିଟ ପ୍ରତିଷ୍ଠା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ଆର୍ଥିକ ସହାୟତା ବ୍ୟାଙ୍କରୁ ଯୋଗାଇଦେଇଥିଲେ । ସବସିଡି ସାଙ୍ଗକୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଥିବା ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଚକମା ଦେଖାଇ ପାମ ଅଏଲ ପ୍ରକ୍ରିୟାକରଣ ୟୁନିଟ ରୁଗ୍ଣ ଦର୍ଶାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ସବସିଡି ଟଙ୍କା । ଏବେ ପୁଣି ଏହି ଶିଳ୍ପପତି ଜଣକ କୋରାପୁଟ ଜିଲ୍ଲାର ବନ୍ଧୁ ଗାଁରେ ଆଉ ଏକ ନୂଆ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ କୋରାପୁଟ ଜିଲ୍ଲା ଉଦ୍ୟାନ ବିଭାଗ ସହିତ ଚୁକ୍ତି କରିଥିବା ଜଣାପଡିଛି ।

ପାମ ଅଏଲ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ନେଇ ବଢିଲା ଜନ ଅସନ୍ତୋଷ

ଏହା ବି ପଢନ୍ତୁ- ବଜେଟ ପରେ ବଢିଲା ପାମ ଅଏଲ ସେସ, ଘାଟାରେ ବ୍ୟବସାୟୀ

ମେ ମାସ ୩୧ ତାରିଖରେ ଏହି ଶିଳ୍ପପତିଙ୍କ କୃଷକ ମହର୍ଷି ଓଏଲ ନାମକ ଏକ ସଂସ୍ଥା କୋରାପୁଟ ଜିଲ୍ଲା ଉଦ୍ୟାନ ବିଭାଗ ସହିତ ଚୁକ୍ତି କରିଥିବା ବେଳେ ଏହି ଚୁକ୍ତିନାମାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । କେବଳ ସେତିକି ନୁହେଁ ଏହି ଶିଳ୍ପପତିଙ୍କର ପୂର୍ବରୁ ଲକ୍ଷ୍ମୀ ବାଲାଜୀ ଅଏଲ ପ୍ରକ୍ରିୟାକରଣ ୟୁନିଟ ନାମରେ ରାୟଗଡା ଜିଲ୍ଲା ସୀମାନ୍ତ ଅତଡ଼ା ନିକଟରେ ପ୍ରତିଷ୍ଠା ହୋଇଥିଲା । ରାୟଗଡ଼ା ଜିଲ୍ଲାର ରାମନଗୁଡା, ଗୁଣୁପୁର, ପଦମପୁର ଅଞ୍ଚଳର ଭରପୁର କଞ୍ଚାମାଲ ଥିବାରୁ ଓ ପାମ ଚାଷୀ ନିକଟରେ ପ୍ରକ୍ରିୟାକରଣ ୟୁନିଟ ପାଇ ଅଧିକରୁ ଅଧିକ ଲାଭ ପାଇବା ଉଦ୍ଦେଶ୍ୟରେ ୨୦୦୭ ମସିହାରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା ।

ସରକାରୀ ସହାୟତା ୨କୋଟି ୪୦ ଲକ୍ଷ ଓ କେନ୍ଦ୍ରୀୟ ସହାୟତା ୬୦ ପ୍ରତିଶତରେ ନିର୍ମିତ ଏହି ଅନୁଷ୍ଠାନ ୨୦୧୭ ମସିହାରେ ବନ୍ଦ କରି ଦିଆଯାଇଥିଲା । ଏହି ୟୁନିଟକୁ ରୁଗ୍ଣ ପରେ ତାଲା ବନ୍ଦ ଘୋଷଣା ନକରି ଏହାର ଦାମୀ ଯନ୍ତ୍ରାଂଶକୁ ଆନ୍ଧ୍ରପ୍ରଦେଶ କୁରୁପାମର ଜନୈକ ଶିଳ୍ପପତିକୁ ବିକ୍ରି କରି ଦିଆଯାଇଛି । ପୁଣି ଚକ୍ରାନ୍ତ କରି ବିଭାଗୀୟ ଅଧିକାରୀଙ୍କୁ ହାତବାରସି କରି ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠାରେ ୧୧ କୋଟି ୫୦ ଲକ୍ଷ ଟଙ୍କାର ପ୍ରାୟ ୫ କୋଟି ସବସିଡିକୁ ହାତେଇ ନେଇ ଏହି ଶିଳ୍ପପତି ରାୟଗଡ଼ା ସୀମାଠାରୁ ୨୬ କିଲୋମିଟର ଦୂରରେ ଆଉ ଏକ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ସରକାର ଅନୁମତି ଦେବା କେତେ ଦୂର ଯଥାର୍ଥ ତାହା ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details