ଓଡିଶା

odisha

ଖୋଲିଲା ମା' ମଝି ଘରିଆଣିଙ୍କ ଦାନ ହୁଣ୍ଡି, ମିଳିଲା ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର

By

Published : Sep 26, 2019, 4:06 AM IST

ଚଳିତ ବର୍ଷ ତୃତୀୟ ଥର ପାଇଁ ଖୋଲିଲା ମା' ମଝି ଘରିଆଣି ମନ୍ଦିରର ଦାନ ହୁଣ୍ଡି । ହୁଣ୍ଡିରୁ ନଗଦ ୫୪,୫୧,୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମର ରୁପା ଅଳଙ୍କାର ମିଳିଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣି ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଗୁଡିକ ଖୋଲାଯାଇଛି । ଏଥିରେ ଭକ୍ତ ଦାନ ଦେଇଥିବା ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ମିଳିଛି । ମା' ମଝି ଘରିଆଣି ମନ୍ଦିରର ଦାନ ହୁଣ୍ଡି ଚଳିତ ବର୍ଷ ତୃତୀୟ ଥର ପାଇଁ ଖୋଲାଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଥିବା ଏହି ହୁଣ୍ଡିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମର ରୁପା ଅଳଙ୍କାର ମିଳିଛି । ଏହା ସହିତ ୨୭ ଟି ପୁରୁଣା ହଜାର ଟଙ୍କିଆ ନୋଟ ଏବଂ ୪୩ ଟି ୫୦୦ ଟଙ୍କିଆ ନୋଟ ମିଳିଛି । ମୋଟ ୪୮୫୦୦ ଟଙ୍କାର ପୁରୁଣା ନୋଟ ମିଳିଥିବା ସୁଚନା ଦେଇଛନ୍ତି ମନ୍ଦିର ପରିଚାଳକ ରାଇସିଂ ବିଡ଼ିକା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ଚଳିତ ଥର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ବ ତୁଲାଇଥିଲା । ଏହି ଟଙ୍କା ଗଣନାରେ ରାୟଗଡ଼ା ଭେଙ୍କେଟେଶ୍ବର ମନ୍ଦିର କମିଟି, ଜେକେ ପୁର ସଦସ୍ୟ, ସତ୍ୟ ସାଇ ସେବା ସମିତି, ମଝି ଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ରଛାତୀ ମଧ୍ୟ ସହାୟତା କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details