ଓଡିଶା

odisha

ETV Bharat / state

ବୁଧବାର ଠୁ ପ୍ରବଳବର୍ଷା, ରାୟଗଡ଼ାରେ ହାଇଆଲର୍ଟ - pre cyclone alert at rayagada

ବୁଧବାର ଠାରୁ ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଏବଂ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ସଂସ୍ଥା ।

ଅବପାତକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ହାଇଏଲାଟ

By

Published : Oct 22, 2019, 11:18 PM IST

ରାୟଗଡା: କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଅବପାତର ରୂପ ନେବାକୁ ଯାଉଥିବା ବେଳେ ଏହାର ପ୍ରଭାବରେ ବୁଧବାର ଠାରୁ ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀରରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ସଂସ୍ଥା ।

ଅବପାତକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ହାଇଏଲାଟ

ଏହାକୁ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଥିଲା । ଏହାସହ ଆବଶ୍ୟକୀୟ ପୂର୍ବ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରିଲିଫ କମିଶନର । ରାୟଗଡାର ସମସ୍ତ ଅଧିକାରୀଙ୍କୁ ହାଇଆଲର୍ଟ କରାଯାଇଥିବା କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ଏନେଇ ଅପରାହ୍ନରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ 11 ବ୍ଲକର ବିଡ଼ିଓ, ତହସିଲଦାର, ଦୁଇଟି ମୁନିସିପାଲଟି ଏବଂ ଗୋଟିଏ ଏନ୍ଏସି ଅଧିକାରି ଓ କ୍ଷେତ୍ର କର୍ମଚାରୀଙ୍କୁ ନେଇ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ା ସଦର ବ୍ଲକର ଶେଶଖାଲ, ଗୁଣପୁର ବ୍ଲକର ଜଗନ୍ନାଥପୁର, ବିଷମକଟକ ଏବଂ ମୁନିଗୁଡ଼ା ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ତା'ସହ ରାତିସୁଦ୍ଧା ପାଗର ପରିବର୍ତ୍ତନକୁ ଦେଖି ନାଗାବଳୀ, ଝଞ୍ଜାବତୀ, ବଂଶଧାରା ନଦୀର ନିମ୍ନ ଅବବାହିକାରେ ଥିବା ଲୋକଙ୍କ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ବର୍ଷାରେ ରାସ୍ତାଘାଟ ଯୋଗାଯୋଗ ବିଛିନ୍ନ ଆଶଙ୍କାକୁ ଦୃଷ୍ଟିରେ ରଖି ପୁର୍ତ୍ତବିଭାଗ, ମୁନିସିପାଲଟି, ଏନ୍ଏସି ଗୁଡ଼ିକରେ ଜେସିବି, ଟ୍ରାକ୍ଟର ମହଜୁଦ ରଖିବା ପାଇଁ ନିଷ୍ପତି ନିଆଯାଇଛି ।

ସେହିଭଳି ଦମକଳ ବାହିନି ଏବଂ ଓଡ୍ରାଫ ଟିମ୍କୁ‌ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details