ଓଡିଶା

odisha

ETV Bharat / state

ରାୟଗଡା ରାଜପଥ ଭାରିଯାନ ଚାଳକଙ୍କ ପାଇଁ ପାଲଟିଛି ଅସୁରକ୍ଷିତ - Rayagada highway

ରାୟଗଡା ରାଜପଥ ଭାରିଯାନ ଚାଳକଙ୍କ ପାଇଁ ପାଲଟିଛି ଅସୁରକ୍ଷିତ । ରାତି ବଢିବା ମାତ୍ର ସକ୍ରିୟ ଦେଉଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ ପତ୍ର
ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ ପତ୍ର

By

Published : Mar 24, 2021, 7:54 AM IST

ରାୟଗଡା: ଜିଲ୍ଲା ରଜପଥ ଭାରିଯାନ ଚାଳକଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି । ରାତି ବଢିବା ମାତ୍ରେ ଶୁନସାନ ରାସ୍ତାରେ ଦୁର୍ବୃତ୍ତମାନ ସକ୍ରିୟ ହୋଇପଡୁଛନ୍ତି । ରାସ୍ତାରେ ଗାଡିକୁ ଅଟକାଇ ଚାଳକଙ୍କୁ ଟଙ୍କା ମାଗିବା ସହିତ ସେମାନଙ୍କୁ ନିସ୍ତୁକ ମାଡ ମାରୁଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ସଂଘ ଓ ମୋଟର ୟୁନିୟନ ସଂଘ ।

ଭାରିଯାନ ଚାଳକଙ୍କ ପାଇଁ ପାଲଟିଛି ଅସୁରିଷିତ ରଜପଥ

ଗତ ମାସକ ମଧ୍ୟରେ ସହର ଉପଖଣ୍ଡ ସ୍ଥିତ ଭାକୁରଗୁଡା ଓ ଜେମାଦେଇପେଣ୍ଠ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ୭ ତାରିଖ ଦିନ ରାତିରେ ଲକ୍ଷ୍ମଣ ରାଓ ନାମକ ଟ୍ରକ ଚାଳକଙ୍କୁ ସହର ଉପଖଣ୍ଡ ଭାକୁରଗୁଡାଠାରେ ମଧ୍ୟରାତ୍ରୀରେ ଗାଡି ଅଟକାଇ ଦୃର୍ବୁତ୍ତ ଚାଳକଙ୍କ ନିସ୍ତୁକ ମାଡ ମାରିବା ସହିତ ଟଙ୍କା ପଇସା ଛଡାଇ ନେଇଥିଲେ । ସେହିପରି କୁମାର ନାମକ ଚାଳକଙ୍କୁ ଗତ ୨୦ତାରିଖ ରାତ୍ରୀରେ ଜେମାଦେଇପେଣ୍ଠ ଠାରେ ଅନୁରୂପ ଘଟଣା ସମ୍ମୁଖ ହେବାକୁ ପଡିଥିଲା । ତେବେ ଏଭଳି ମାମଲା ନିଦ୍ଧିଷ୍ଟ ସମୟ ବ୍ୟବଧାନରେ ଘଟିଚାଲିଥିବା ଅଭିଯୋଗ ହୋଇଛି ।

ଏହାବ୍ୟତୀତ ମୁନିଗୁଡା ଥାନା ଓ ବିଷମକଟକ ଏବଂ ଚାନ୍ଦିଲି ଥାନାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟ।ନୁଷ୍ଟାନ ହୋଇନି । କଳାହାଣ୍ଡି ଓ କନ୍ଧମାଳକୁ ଲାଗିଥିବା ଜିଲ୍ଲାର ସୀମାନ୍ତ ଆମ୍ବାଦୋଳା, ମୁନିଗୁଡା ଠାରୁ ବିଷମକଟକ ପରେ ଜେକେପୁର, ରାୟଗଡା ଦେଇ କେରେଡା ଯାଏଁ ଲମ୍ବିଥିବା ଶିଳ୍ପାଞ୍ଚଳ କରିଡର କୁହାଯାଉଥିବା ରାୟଗଡା ଜିଲ୍ଲାର ଲାଇଫଲାଇନର ଏହି ରାଜ୍ୟ ରାଜପଥରେ ଅପରାଧିକ ଘଟଣା ବୃଦ୍ଧି ପାଉଛି । ଏଥିନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ତେବେ ଏହା ବିରୋଧରେ ରାୟଗଡା ଜିଲ୍ଲା ଟ୍ରକ ମାଲିକ ସଂଘ ଏବଂ ମୋଟର ୟୁନିୟନ ସଂଘ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ମାମଲାର ତୁରନ୍ତ ବିଚାର କରି ଅଭିଯୁକ୍ତଙ୍କୁ ଧରିବା ସହିତ ରାତ୍ରୀ ସମୟରେ ଚାଳକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସଂଘ ଦାବି କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details