ଓଡିଶା

odisha

ETV Bharat / state

କଲେଜ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ପଢାଇଲେ ଆଇନ ପ୍ରାଧିକରଣ ବିଚାରପତି

ରାୟଗଡା ଜିଲ୍ଲା ଆଇନ ପ୍ରାଧିକରଣ ଦ୍ବାରା ସ୍ଥାନୀୟ ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ଉପରେ ପାଠ ପାଢାଯାଇଛି। ଅଧିକ ପଢନ୍ତୁ...

କଲେଜ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ପଢାଇଲେ ଆଇନ ପ୍ରାଧିକରଣ ବିଚାରପତି
କଲେଜ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ପଢାଇଲେ ଆଇନ ପ୍ରାଧିକରଣ ବିଚାରପତି

By

Published : Feb 18, 2020, 11:03 PM IST

ରାୟଗଡା: କଲେଜ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ଉପରେ ପାଠ ପଢାଇଲେ ଜିଲ୍ଲା ଆଇନ ପ୍ରାଧିକରଣର ବିଚାରପତି । ରାୟଗଡା ଜିଲ୍ଲା ଆଇନ ପ୍ରାଧିକରଣ ଦ୍ବାରା ସ୍ଥାନୀୟ ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ଉପରେ ପାଠ ପାଢାଯାଇଛି।

କଲେଜ ଛାତ୍ରଛାତ୍ରୀଙ୍କୁ ସାଇବର ଆଇନ ପଢାଇଲେ ଆଇନ ପ୍ରାଧିକରଣ ବିଚାରପତି

କଲେଜର ଗୋଲ୍ଡେନ ଯୁବଲି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ବିଚାରପତି ଚିତ୍ତରଞ୍ଜନ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡିଆର୍‌ ସର୍ବଣ ବିବେକ ଏମ, ଜିଲ୍ଲା ପରିବାର କୋର୍ଟର ବିଚାରପତି ଆଶିଷ କୁମାର ତ୍ରିପାଠୀ, ଜିଲ୍ଲା ଆଇନ ପ୍ରାଧିକାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର, ବିଚାରପତି ପ୍ରଫୁଲ୍ଲ ଚନ୍ଦ୍ର ସେନାପତି, ସିଭିଲ ଜର୍ଜ ସତରୁପା ଶତପଥୀ, ଏସଡିଜେଏମ୍‌ ରାଜେନ୍ଦ୍ର ପ୍ରସାଦ ଦାସ, କଲେଜ ପ୍ରିନ୍ସପାଲ ପ୍ରଫୁଲ୍ଲ ଚନ୍ଦ୍ର ସେନାପତି, ଏସଡିପିଓ ତପନ ନାରାୟଣ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଳ ପ୍ରମୁଖ ଯୋଗଦେଇ ସାଇବର ଆଇନ ଏବଂ ବାଲ୍ୟ ବିବାହକୁ ନେଇ ଆଇନରେ ଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ସହରର ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ପୋଲିସ ଓ ଆଇନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details