ଓଡିଶା

odisha

ETV Bharat / state

ରାୟଗଡାରେ 'ଶିଶୁଙ୍କ ପାଇଁ ଦିନଟିଏ' କାର୍ଯ୍ୟକ୍ରମ ଆରମ୍ଭ - ରାୟଗଡାରେ କାର୍ଯ୍ୟକ୍ରମ ଆରମ୍ଭ

ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ "ପ୍ରଚେଷ୍ଟା" ଅଭିଯାନ ମାଧ୍ୟମରେ ରାୟଗଡା ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆରମ୍ଭ । ଅଧିକ ପଢନ୍ତୁ...

rayagada district administration start ''A day for Children'' programme
ରାୟଗଡାରେ 'ଶିଶୁଙ୍କ ପାଇଁ ଦିନଟିଏ' କାର୍ଯ୍ୟକ୍ରମ ଆରମ୍ଭ

By

Published : Oct 1, 2021, 9:38 PM IST

Updated : Oct 1, 2021, 10:19 PM IST

ରାୟଗଡା: ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆରମ୍ଭ । ଜିଲ୍ଲା ପ୍ରଶାସନ ଦ୍ଵାରା ରାୟଗଡା ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ "ପ୍ରଚେଷ୍ଟା" ଅଭିଯାନ ମାଧ୍ୟମରେ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲା ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

ରାୟଗଡାରେ 'ଶିଶୁଙ୍କ ପାଇଁ ଦିନଟିଏ' କାର୍ଯ୍ୟକ୍ରମ ଆରମ୍ଭ

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଶୁକ୍ରବାର "ପ୍ରଚେଷ୍ଟା" ଲୋଗୋକୁ ଉନ୍ମୋଚନ କରିବା ସହ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମକୁ ଅଭିଯାନରେ ସାମିଲ କରିଥିଲେ । ଏହି ବୈଠକରେ ବାଲ୍ୟ ବିବାହ ରୋକିବା, ଶିଶୁ ସୁରକ୍ଷା, ଶିଶୁ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ନିର୍ଦ୍ଧାରିତ ଜିଲ୍ଲା କାର୍ଯ୍ୟ ଖସଡା ଅନୁସାରେ ଗତ ତିନି ମାସରେ ବିଭିନ୍ନ ବିଭାଗ ଦ୍ବାରା ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା ।

ଏଥିସହ ଆଗାମୀ ୩ ମାସ ପାଇଁ କରାଯିବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶିଶୁଙ୍କ ପାଇଁ ଗୋଟିଏ ଦିନ ପାଳନ ଅବସରକୁ ପ୍ରଚେଷ୍ଟା ଅଭିଯାନରେ ସାମିଲ କରାଗଲା । ଶିଶୁଙ୍କ ବିଭିନ୍ନ ସମସ୍ୟା ବିଷୟରେ ଶୁଣିବା ଓ ଏହାର ଆଶୁ ସମାଧାନ କରିବା ପାଇଁ ଗ୍ରାମ ସ୍ତରରୁ ଗଠିତ କମିଟି ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ନେଇ ନିଷ୍ପତ୍ତି ହେଆଇଥିଲା । ଶିଶୁ ମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଜିଲ୍ଲାରେ ପ୍ରତିମାସର ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ପଞ୍ଚାୟତ ସ୍ତରରେ ପ୍ରତି ୩ ମାସରେ ପ୍ରଥମ ମାସର ୨୯ ତାରିଖକୁ ଧାର୍ଯ୍ୟ କରଯାଇଥିବା ବେଳେ ବ୍ଲକ ସ୍ତରରେ ଦ୍ଵିତୀୟ ମାସର ୨୯ ତାରିଖ ଓ ଜିଲ୍ଲା ସ୍ତରରେ ତୃତୀୟ ମାସର ୨୯ ତାରିଖ ଧାର୍ଯ୍ୟ ହୋଇଛି ।

ଶିଶୁ ମାନଙ୍କର ଅଭିଯୋଗ ଶୁଣିବା ସହ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ନିରାକରଣ ଅଭିଯାନକୁ ତୀବ୍ର କରାଯିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ସ୍କୁଲ ଯିବା ବୟସର ପିଲା ସ୍କୁଲରେ ପଢୁଥିବେ, ଏକ ବାଲ୍ୟ ବିବାହ ମୁକ୍ତ, ଶିଶୁ ଶ୍ରମିକ ମୁକ୍ତ, ଶିଶୁ ବନ୍ଧୁ (ଚାଇଲ୍ଡ ଫ୍ରେଣ୍ଡଲି) ଓ ଦକ୍ଷତା ପୂର୍ଣ୍ଣ ଶିଶୁ ମାନଙ୍କର ଜିଲ୍ଲା ଭାବରେ ରାୟଗଡାକୁ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସମସ୍ତ ସରକାରୀ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ଆହ୍ଵାନ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Oct 1, 2021, 10:19 PM IST

ABOUT THE AUTHOR

...view details