ରାୟଗଡା: ଜିଲ୍ଲାରେ ସ୍ଥିର ରହିଛି ସଂକ୍ରମଣ । ହେଲେ ସଂକ୍ରମଣର ଭୟ କମିନି । କାରଣ ଓଡିଶାର ପ୍ରମୁଖ ରେଳଷ୍ଟେସନ ଭାବେ ରାୟଗଡା ରେଳଷ୍ଟେସନ ବେଶ ପରିଚିତ । ଏଠାରୁ ସାରା ଦେଶକୁ ରେଳ ସଂଯୋଗୀକରଣ ରହିଥିବା ବେଳେ ଦୈନିକ ଶହ ଶହ ଶ୍ରୀମିକ ଦାଦନ ଖଟିବା ପାଇଁ ତାମିଲନାଡୁ, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗନା ଭଳି ରାଜ୍ୟକୁ ଯିବା ଆସିବା କରିଥାନ୍ତି ।
ଏଭଳି ସ୍ଥିତିରେ ଦେଶରେ ଏବେ ଦେଖା ଦେଇଥିବା କୋରୋନା ସଙ୍କଟକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି । ତୁହାକୁ ତୁହା ବୈଠକ ସାଙ୍ଗକୁ ରଣନୀତି ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ମାସ୍କ ଏବଂ ସାମାଜିକ ଦୂରତା ସାଙ୍ଗକୁ କୋରୋନା ଟୀକାକରଣକୁ ମଧ୍ୟ ଗୁରୁତ୍ବ ଦେଇଛି ପ୍ରଶାସନ ।