ରାୟଗଡା:ଡଙ୍ଗରିଆ ଜାନଜାତିଙ୍କ ବାନ୍ଧକଳା କପଡାଗୁନ୍ଦାକୁ ମିଳିବ GI ମାନ୍ୟତା ମିଳିବ । ଏନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କାପଡାଗୁନ୍ଦା ଚିତ୍ରକଳାରେ ଝଟକୁଛି ନିୟମଗିରିର ବିରଳ ଜନଜାତିଙ୍କ ଗାଁ କୁର୍ଲି ସମେତ 7ଟି ଗାଁ । ନିୟମଗିରିର ବିରଳ ଜନଜାତିଙ୍କ ପ୍ରଥା ଆଉ ପରମ୍ପରାରେ ଜଡ଼ିତ କାପଡ଼ାଗୁନ୍ଦା ଚିତ୍ରକଳା ଡଙ୍ଗରିଆଙ୍କ ଘର କାନ୍ଥରେ ସ୍ଥାନ ପାଇଛି । ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ନିୟମରଜାଙ୍କ ନିକଟରେ ଅଙ୍କା ଯାଇଥିବା ଚିତ୍ର ଏବେ ସେମାନଙ୍କ କାନ୍ଥରେ ଝଟକୁଛି । ରାଜ୍ୟ ସରକାର ଅଦିବାସୀମାନଙ୍କ କଳା ସଂକୃତିର ସୁରକ୍ଷା ପାଇଁ ରାଜ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ।
ବିରଳ ଜନଜାତିର କଳା ସଂସ୍କୃତିର ସୁରକ୍ଷା କରିବା ପରିଷଦର ମୂଳ ଉଦେଶ୍ୟ ରହିଛି । ରାୟଗଡ଼ା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ବିଷମକଟକ ବ୍ଳକ ଅଧୀନରେ ରହିଥିବା ନିୟମଗିର କୁର୍ଲୀ ପଞ୍ଚାୟତର ଖମ୍ବେସି ଗ୍ରାମର ୧୨୦, ଖଜୂରୀ ଗ୍ରାମରେ ୯୦, କାଡ୍ରାଗୁମା ଗ୍ରାମରେ ୪୫, କୁଡଭେଲିପଦର ଗ୍ରାମରେ ୧୧, କୁର୍ଲୀ ଗ୍ରାମରେ ୩୬, ଆରସକାନି ଗ୍ରାମରେ ୧୩ ଏବଂ ପାତଲମ୍ବା ଗ୍ରାମର ୨୫ଟି ଘର କାନ୍ଥ ଭଳି ସମୁଦାୟ ୩୫୦ ଜନଜାତିଙ୍କ ଘର କାନ୍ଥରେ କାପଡାଗୁଡାଗୁନ୍ଦା ସାଲ୍ରେ ବୁଣାଯାଇଥିବା ଚିତ୍ର ଅଙ୍କା ଯାଇଛି । ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଜନଜାତି ସେମାନଙ୍କ ଇଷ୍ଟ ଦେବତା ନିୟମରଜାଙ୍କୁ ସନ୍ତୁଷ୍ଟ କରିବା ସେମାନଙ୍କ ପର୍ଵ ପର୍ବାଣୀରେ ଅଙ୍କା ଯାଇଥିବା ଚିତ୍ର ସେମାନେ କାପଡାଗୁନ୍ଦା ସାଲରେ ବୁଣିଥାନ୍ତି ।
ଜନଜାତିଙ୍କ କଳା ସଂସ୍କୃତିର ଚିତ୍ର ସାରା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିବା ସହ ସରକାରଙ୍କ ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡରେ ମଧ୍ୟ ରହିଛି । ବର୍ତ୍ତମାନ ଏହି ଗାଁ ମାନଙ୍କ ଘର କାନ୍ଥରେ ମଧ୍ୟ ଏହି କଳା ସଂସ୍କୃତିର ଚିତ୍ର ଏବେ ଶୋଭା ପାଉଛି । ରଙ୍ଗବେରଙ୍ଗର କାଳିରେ ଅଙ୍କାଯାଇଥିବା ଚିତ୍ର ଗାଁର ସୁନ୍ଦରତାକୁ ଦ୍ବିଗୁଣିତ କରି ଦେଉଛି । ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ତଥା ଡଙ୍ଗରିଆ ଜନଜାତିମାନଙ୍କ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲାର ବିଷମ କଟକ, କଲ୍ୟାଣସିଂଗପୁର ଏବଂ ଗୁଣପୁର ବ୍ଳକର ବସବାସ କରୁଥିବା ବିରଳ ଜନଜାତିର ୧୦୦୦ଟି ଘରେ ସେମାନଙ୍କ ପାରମ୍ପରିକ ଚିତ୍ରକଳା ସେମାନଙ୍କ କାନ୍ଥରେ ଅଙ୍କା ଯାଉଛି । ରାୟଗଡ଼ା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଥିବା ନେଇ ଡଙ୍ଗରିଆ ଜନଜାତି ସ୍ଵତନ୍ତ୍ର ଅଧିକରୀ କହିଛନ୍ତି ।