ଓଡିଶା

odisha

ETV Bharat / state

ରାୟଗଡା: ଗତ 24 ଘଣ୍ଟାରେ 152 ନୂଆ ମାମଲା ଚିହ୍ନଟ

ଜିଲ୍ଲାରେ ଆଜି ପ୍ରଥମ ଥର ପାଇଁ ଚନ୍ଦ୍ରପୁର ବ୍ଲକର 60 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାୟଗଡା ସହରାଞ୍ଚଳରୁ 52ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ 30 ଜଣ ଓ ଗୁଡାରୀ ବ୍ଲକରୁ 10 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

By

Published : Aug 7, 2020, 5:52 PM IST

ରାୟଗଡା:  ଗତ 24 ଘଣ୍ଟାରେ 152ଟି ନୂଆ ମାମଲା ଚିହ୍ନଟ
ରାୟଗଡା: ଗତ 24 ଘଣ୍ଟାରେ 152ଟି ନୂଆ ମାମଲା ଚିହ୍ନଟ

ରାୟଗଡା: ଜିଲ୍ଲାରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ରାୟଗଡା ଜିଲ୍ଲାରେ 152ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ 116 ଜଣ ପୁରୁଷ ରହିଥିବା ବେଳେ 36 ଜଣ ମହିଳା ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 27 ଜଣ କରୋନା ଯୋଦ୍ଧା ରହିଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।

ରାୟଗଡା: ଗତ 24 ଘଣ୍ଟାରେ 152ଟି ନୂଆ ମାମଲା ଚିହ୍ନଟ

ଜିଲ୍ଲାରେ ଆଜି ପ୍ରଥମ ଥର ପାଇଁ ଚନ୍ଦ୍ରପୁର ବ୍ଲକର 60 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାୟଗଡା ସହରାଞ୍ଚଳରୁ 52ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ 30 ଜଣ ଓ ଗୁଡାରୀ ବ୍ଲକରୁ 10 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 90 ଜଣ ଜିଲ୍ଲାର ବିଭିନ୍ନ ଟିଏମସି କେନ୍ଦ୍ରର ହୋଇଥିବା ବେଳେ 62 ଜଣ ହୋମ୍ କ୍ବୋରେଣ୍ଟିନରେ ଥିଲେ।

ସେହିପରି 152 ଆକ୍ରାନ୍ତଙ୍କ ମଧ୍ୟରୁ 32 ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ ସମସ୍ତେ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କଟକ ଓ ଭୁବନେଶ୍ବରରୁ ଫେରିଥିଲେ । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ 1325 ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 811 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 10 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଜିଲ୍ଲାବାସୀଙ୍କୁ ସତର୍କ ରହିବା ସହ ସଚେତନ ହେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details