ରାୟଗଡା: ରାୟଗଡାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି । ଏନେଇ ଗୁରବାର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ୨୪ ଘଣ୍ଟିଆ କୋଭିଡ ନିୟନ୍ତ୍ରଣ କକ୍ଷରେ ଅଚାନକ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।
କୋଭିଡ ନିୟନ୍ତ୍ରଣ କକ୍ଷର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ - ଜିଲ୍ଲାପାଳ ସରୋଜ କୁମାର ମିଶ୍ର
ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ୨୪ ଘଣ୍ଟିଆ କୋଭିଡ ନିୟନ୍ତ୍ରଣ କକ୍ଷରେ ଅଚାନକ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ...
କୋଭିଡ ନିୟନ୍ତ୍ରଣ କକ୍ଷର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ନିୟନ୍ତ୍ରଣ କକ୍ଷରେ ୪ଜଣ ବ୍ୟକ୍ତିକୁ ନେଇ କାର୍ଯ୍ୟକାରୀ ହେଉଥିବା ଓ ସେଥିଯୋଗୁଁ ସମସ୍ୟା ଉପୁଜିଥିବାରୁ ଆଉ ୪ ଜଣଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍ତବନ୍ଧୁ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିୟନ୍ତ୍ରଣ କକ୍ଷଟି ସକାଳ ୮ ଘଟିକା ଠାରୁ ରାତ୍ର ୧୦ ଘଟିକା ଯାଏଁ କାର୍ଯ୍ୟକାରୀ ହେଉଛି । ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି କୋଭିଡ ପରୀକ୍ଷାଗାର ସ୍ଥିତି ଅନୁଧ୍ୟାନ କରିଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ