ଓଡିଶା

odisha

ETV Bharat / state

ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡିଶା ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମ ଶୁଭlରମ୍ଭ କଲେ ରାୟଗଡ ଜିଲ୍ଲାପାଳ l ଏଥିରେ ଆଦିମ ଜନଜାତିର ଗର୍ଭବତୀ ଓ ପ୍ରସୂତି ମହିଳା, ଶିଶୁ ହେବେ ଉପକୃତ l ଅଧିକ ପଢନ୍ତୁ...

ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ
ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

By

Published : Apr 1, 2021, 9:27 PM IST

ରାୟଗଡା: ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ପୁଷ୍ଟି ଉନ୍ନତି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ବିଷମ କଟକ ବ୍ଲକ ଅନ୍ତର୍ଗତ କୁରଲି ଓ ଖମ୍ଭେସି ଠାରେ ଜିଲ୍ଲାପାଳ ଗୁରୁବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ବିଶେଷ କରି ଆଦିମ ଜନଜାତିର ଗର୍ଭବତୀ ଓ ପ୍ରସୂତି ମହିଳା, ଶିଶୁ ଏହି କାର୍ଯ୍ୟକ୍ରମରେ ଉପକୃତ ହେବେ ।

ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାମାନେ ଏହାପୂର୍ବରୁ ଶିଶୁ ବିକାଶ ବିଭାଗରୁ ଏହି ସୁବିଧା ପାଉଥିଲେ କିନ୍ତୁ ତାହାକୁ ଶୁଖିଲା ଖାଦ୍ୟ ଆକାରରେ ଦିଆଯାଉଥିଲା ଯାହାକି ପାରିବାରର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟିକି ଖାଇବା ଫଳରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଯଥେଷ୍ଠ ହେଉନଥିଲା l ଫଳସୂରୁପ ପୁଷ୍ଟିରେ ଉନ୍ନତି ହେଉନଥିଲା l ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଣିକି ପ୍ରତ୍ୟକ ଗ୍ରାମରେ ରନ୍ଧା ଖାଦ୍ୟ ଦିଆଯିବ l ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ମହିଳାଙ୍କୁ ରୋଷେୟା ରୂପେ ନିୟୋଜିତ କରାଯାଇଛି l ଅଞ୍ଚଳର 7ଟି ଗ୍ରାମ ଯଥା ଖୁର୍ଲି, ଖମ୍ବେସୀ, ଖଜୁରୀ, ରୋଡlଙ୍ଗ, ଜlଙ୍ଗlଯୋଡ଼ି, ମୁଣ୍ଡବlଳି, ହୁଣ୍ଡୀଜାଳି ଆଦି ଗ୍ରାମରେ ଏହି କାର୍ଯ୍ୟକ୍ରମ ଚlଲିବ l ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ତତ୍ୱାବଧାନରେ ଏହା ପରିଚାଳିତ ହେବ l

ଏହାବ୍ୟତୀତ ଏହି ସବୁ ଗ୍ରାମର ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଧ୍ୟ ଅନୁରୂପ ଭାବରେ ଵ୍ୟବସ୍ଥା କରାଯାଇଛି l ଗ୍ରାମର 6 ମାସରୁ 3 ବର୍ଷର ଶିଶୁମାନେ, ଯେଉଁମାନଙ୍କ ଅଭିଭାବକ କାମକୁ ଯାଆନ୍ତି ଏବଂ ସେମାନଙ୍କ ଖାଦ୍ୟପେୟର ଦୃଷ୍ଟି ଦିଅନ୍ତି ନାହିଁ , ସେହି ଶିଶୁମାନଙ୍କୁ ଏକ ଶିଶୁ ଯତ୍ନକେନ୍ଦ୍ରରେ ରଖାଯାଇ ଯତ୍ନ ନେବା ସହ ଗୋଟିଏ ବେଳା ରାନ୍ଧଖlଦ୍ୟ, ସକାଳ ଜଳଖିଆ ଓ ସନ୍ଧ୍ୟା ଜଳଖିଆ ଦିଆଯିବା ଏବଂ ପୁଷ୍ଟି ଉପରେ ଯତ୍ନ ନିଆଯିବ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details