ରାୟଗଡା: ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ଅତି ଉଲ୍ଲାସର ସହ ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ସନ୍ଧ୍ୟା ସୁଦ୍ଧା ସବୁ ରଥ ମାଉସୀମା ମନ୍ଦିରରେ ପହଁଞ୍ଚିଯାଇଛି । ରାୟଗଡ଼ା, ମୁନିଗୁଡ଼ା, ବିଷମକଟକ, କଲ୍ୟାଣସିଂହପୁର, ଗୁଣୁପୁର ଏବଂ କାଶୀପୁର ଠାରେ କଡ଼ା ସୁରକ୍ଷା ମଧ୍ୟରେ ରଥଯାତ୍ରା ଶେଷ ହୋଇଛି ।
ରାୟଗଡ଼ା ଠାରେ ପୂର୍ବାହ୍ନ ସମୟରେ ତିନିଦିଅଁଙ୍କୁ ରଥାରୂଢ଼ କରାଯାଇଥିବାବେଳେ ସନ୍ଧ୍ୟା ୪ଟା ବେଳକୁ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ବେଳକୁ ମାଉସୀ ମାଆ ମନ୍ଦିରରେ ରଥ ପହଞ୍ଚିଥିଲା । ସେହିଭଳି କଲ୍ୟାଣସିଂହପୁର ରଥଯାତ୍ରା ଥିଲା ପୁରା ନିଆରା ।