ଓଡିଶା

odisha

ETV Bharat / state

ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କରୁଛି ପକେଟ ଗରମ - ragi farming demand rises

ମାଣ୍ଡିଆ ଚାଷ ଆଉ ଦେଖିବାକୁ ମିଳୁନଥିବାବେଳେ ରାୟଗଡ଼ାରେ କିନ୍ତୁ ଏହା ଅନେକ ଚାଷୀଙ୍କ ଜୀବିକା ପାଲଟିଛି । ଯଦିଓ ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଛି, ହେଲେ ଏବେ ବ୍ୟବସାୟୀକରଣ ହେବା ସହ ସେମାନଙ୍କୁ ଯୋଗାଇଛି ଆର୍ଥିକ ସହାୟତା । ଯେଉଁଥିପାଇଁ ସହାୟତାର ହାତ ବଢ଼ାଇଛି ସରକାରଙ୍କ ମିଲଟ ମିଶନ । ଅଧିକ ପଢନ୍ତୁ...

ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କରୁଛି ପକେଟ ଗରମ
ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କରୁଛି ପକେଟ ଗରମ

By

Published : Jan 6, 2021, 9:28 PM IST

ରାୟଗଡ଼ା: ଶୁଷ୍କ ମାଟିର ସୁନା ବୋଲାଉଥିବା ମାଣ୍ଡିଆର ସ୍ବାଦ ଯିଏ ନଚାଖିଛି ସେ ଜାଣିନି । ତେବେ ଏହାର ଚାଷ ଆଉ ଦେଖିବାକୁ ମିଳୁନଥିବାବେଳେ ରାୟଗଡ଼ାରେ କିନ୍ତୁ ଏହା ଅନେକ ଚାଷୀଙ୍କ ଜୀବିକା ପାଲଟିଛି । ଅନେକଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଉଛି । ଆଦିବାସୀଙ୍କ ମୁହଁରେ ଏବେ ହସ ଫୁଟାଇବାରେ ସକ୍ଷମ ହୋଇଛି ଏହି ମାଣ୍ଡିଆ ଚାଷ । ଯଦିଓ ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଛି, ହେଲେ ଏବେ ବ୍ୟବସାୟୀକରଣ ହେବା ସହ ସେମାନଙ୍କୁ ଯୋଗାଇଛି ଆର୍ଥିକ ସହାୟତା । ଯେଉଁଥିପାଇଁ ସହାୟତାର ହାତ ବଢ଼ାଇଛି ସରକାରଙ୍କ ମିଲଟ ମିଶନ ।

ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କରୁଛି ପକେଟ ଗରମ

କାହିଁ କେଉଁ କାଳରୁ ମାଣ୍ଡିଆକୁ ନିଜର ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଆସିଛନ୍ତି ଆଦିବାସୀମାନେ । ସେଇଥିପାଇଁ ଦିନ ଥିଲା, ଧାନ ବଦଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାପକ ମାଣ୍ଡିଆ ଚାଷ ହେଉଥିଲା । କିନ୍ତୁ ବଜାରରେ ମାଣ୍ଡିଆର ଦର କମିବା ସହ ଧିରେ ଧିରେ ମାଣ୍ଡିଆ ଚାଷ ଉପରୁ ମୁହଁ ଫେରାଇ ହେଇଥିଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ । ତେବେ ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ସରକାରଙ୍କ ମିଲେଟ ମିଶନ ।

ଜିଲ୍ଲାର ୧୧ଟି ବ୍ଲକରେ ଗତବର୍ଷ ୩,୪୮୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ୬ ହଜାର ୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି । ତେବେ ଏବର୍ଷ ୧୦,୬୦୦ ଚାଷୀ ମାଣ୍ଡିଆ ଚାଷରେ ଉପକୃତ ହେବା ନେଇ ଆକଳନ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ମିଲେଟ ମିଶନ ଦ୍ବାରା ଧାଡ଼ି ରୁଆ, ଉନ୍ନତ ମାନର ବିହନ, ବଜାର ସୁବିଧା ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମାଣ୍ଡିଆ ଚାଷପାଇଁ ଚାଷୀଙ୍କ ଆଗ୍ରହ ସୃଷ୍ଟି କରିଛି । ତେବେ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ ଚାଷୀ ମାଣ୍ଡିଆ ଚାଷ ପ୍ରତି ମନ ବଳାଇବେ ବୋଲି ଆଶା କରାଯାଉଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details