ଓଡିଶା

odisha

By

Published : Jul 31, 2021, 10:40 PM IST

ETV Bharat / state

କୋଭିଡ କର୍ମଚାରୀଙ୍କୁ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

କୋଭିଡ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ବାସ୍ଥ୍ୟକର୍ମୀ । ଅଧିକ ପଢ଼ନ୍ତୁ...

Protests by health workers, demands for employment of Covid worker, rayagada health worker, ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ, କୋଭିଡ କର୍ମଚାରୀଙ୍କୁ ନିଯୁକ୍ତି
କୋଭିଡ କର୍ମଚାରୀଙ୍କୁ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

ରାୟଗଡ଼ା: କୋରୋନା କାଳରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଦାବି କରାଯାଇଛି । କୋରୋନା ନିୟନ୍ତ୍ରଣକୁ ଆସିବା ପରେ କର୍ମଚାରୀମାନଙ୍କୁ ଉଚ୍ଛେଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯାହାକି ଅତ୍ୟନ୍ତ ଦୁଃଖଦାୟକ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

କୋଭିଡ କର୍ମଚାରୀଙ୍କୁ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

୨୮ ଜଣ ଫାର୍ମାସିଷ୍ଟ, ୩୨ ଜଣ ଷ୍ଟାଫନର୍ସ, ୬୦ ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ, ୨୮ ଜଣ ମହିଳା ସ୍ଵାସ୍ଥ୍ୟକର୍ମୀ, ୮ ଜଣ ରେଡ଼ିଓଗ୍ରାଫର ଭଳି ୮୫ ଜଣ କର୍ମଚାରୀଙ୍କୁ ବାହାର କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି । ଉକ୍ତ ନିର୍ଦ୍ଦେଶନାମା ପ୍ରକାରେ ଆସନ୍ତା ଅଗଷ୍ଟ ମାସରୁ ଏହି କର୍ମଚାରୀଙ୍କୁ ବାଦ ଦିଆଯିବ । ଯାହାକୁ କୋଭିଡ କର୍ମଚାରୀମାନେ ତୀବ୍ର ବିରୋଧ କରିଛନ୍ତି ଓ ରାଜ୍ୟ ସରକାର ଦୋମୁହାଁ ନୀତି ଅବଲମ୍ବନ କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆମେ ଥିବା ବେଳେ କେଉଁଭଳି ଭାବେ ନିକଟରେ ଆଉଟସୋର୍ସ ଜରିଆରେ ୩୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଶନିବାର ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଆର୍ତିବନ୍ଧୁ ନାୟକଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ । ଏଥିସହ ରାଜ୍ୟ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶଙ୍କ ସହ ସାକ୍ଷାତ କରି ମଧ୍ୟ ସେମାନଙ୍କ ଦାବି ଜଣାଇଥିଲେ ।

ସେମାନଙ୍କୁ ବାହାର ନ କରିବା ନିମନ୍ତେ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କୁ ଜଣାଇ ସମସ୍ତଙ୍କୁ ଅଇଥାନ କରାଯିବ ବୋଲି ଉଭୟ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ଉପଦେଷ୍ଟା ଓ ସିଡିଏମଓ ନାୟକ ପ୍ରତିଶ୍ରୁତି ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details