ରାୟଗଡା: ସହରରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଦାବିରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାୟଗଡରେ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଥିବା ବେଳେ ଏକ ମେଡ଼ିକାଲ କଲେଜର ଦାବି ଦୀର୍ଘଦିନ ହେବ ଲାଗିରହିଛି ।
ମେଡିକାଲ କଲେଜ ପାଇଁ ଆନ୍ଦୋଳନ ଡାକ୍ତରଖାନାରେ ରୋଗୀ ସଂଖ୍ୟା ସହ ଡାକ୍ତର ଅଭାବ ଯୋଗୁଁ ମେଡ଼ିକାଲ କଲେଜର ଆବଶ୍ୟକତାକୁ ଦେଖି ଆଜି ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମେଡ଼ିକାଲ କଲେଜ ଦାବି ନେଇ ବହୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା ।
ତେବେ ଶୁକ୍ରବାର ସହରର ବିଭିନ୍ନ ସଙ୍ଗଠନ ଦ୍ବାରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ସହର ଦେଇ ଜିଲ୍ଳାପାଳ କାର୍ଯ୍ୟାଳୟ ପହଞ୍ଚିଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ତେବେ ଏହି ଆନ୍ଦୋଳନକୁ ବିଜେଡି ସ୍ବାଗତ କରିଥିଲେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇନାହିଁ। ସେପଟେ ଲୋକଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ