ଓଡିଶା

odisha

ETV Bharat / state

ମିଳିଲା ପ୍ରତିଶୃତି, ରାସ୍ତାରୋକୋରୁ ହଟିଲେ ଗ୍ରାମବାସୀ

ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାୟଗଡା ଓ କୋରାପୁଟ ରାସ୍ତା ବନ୍ଦ । ଉତ୍ତେଜନା ବଢୁଥିବାବେଳେ ବୁଝାସୁଝା କରି ପୋଲିସ ବି ନାକେଦମ । ଏବେ ଯାଏଁ ସୁଧୁରିନି ସ୍ଥିତି । ସୋମବାର ବିଳମ୍ବିତ ରାତିରେ ରାୟଗଡା ୩୨୬ ଜାତୀୟ ରାଜପଥରେ ଘଟିଥିଲା ଏହି ଦୁର୍ଘଟଣା ।

By

Published : May 28, 2019, 8:11 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ସୋମବାର ୩୨୬ ଜାତୀୟ ରାଜପଥରେ ଘଟିଥିବା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି । ଦୁର୍ଘଟଣାକୁ ବହୁତ ସମୟ ବିତିଥିଲେ ସୁଦ୍ଧା ଥମୁନି ଆନ୍ଦୋଳନ । ବଢୁଛି ଉତ୍ତେଜନା । ରାୟଗଡ଼ା ଓ କୋରାପୁଟ ରାସ୍ତାରେ ଯାତାୟତ ଠପ ହୋଇଯାଇଛି । ପୋଲିସ ବୁଝାସୁଝା କଲା ପରେ ଗ୍ରାମବାସୀ ରାସ୍ତାରୋକୋରୁ ଉଠିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା


ସୋମବାର ବିଳମ୍ବିତ ରାତିରେ ରାୟଗଡା ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥର କୁଦାପାଡୁ ନିକଟରେ ମୋଟର ସାଇକେଲ ସହ ବୋଲେରୋର ଦୁର୍ଘଟଣା ହୋଇଥିଲା । ଏଥିରେ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ରାଇକଣା ଗାଁର ଧର୍ମା ମିଣିଆକାଙ୍କ ଘଟଣାସ୍ଥଳରେ ମୄତ୍ୟୁ ହୋଇଥିବାବେଳେ ମୋଟର ସାଇକେଲ ପଛରେ ବସିଥିବା ଆନନ୍ଦ ହିମିରିକା ଗୁରୁତର ହୋଇଛନ୍ତି । ଆନନ୍ଦଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ଏପଟେ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ରାୟଗଡ଼ା, କୋରାପୁଟ୍ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଘଟଣାସ୍ଥଳରେ ରାୟଗଡା ସଦର ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲା ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details