ଓଡିଶା

odisha

ETV Bharat / state

ଜନନୀ ଯନ୍ତ୍ରଣା: ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଲେ

ରାୟଗଡ଼ାରେ ବଢିବାରେ ଲାଗିଛି ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ନଦୀ ପାର କରି ଆମ୍ବୁଲାନ୍ସ ପାଖରେ ପହଁଞ୍ଚାଇଲେ 4 ଯୁବକ । ଅଧିକ ପଢନ୍ତୁ

ରାୟଗଡାରେ ବଢିବାରେ ଲାଗିଛି ଜନନୀ ଯନ୍ତ୍ରଣା
ରାୟଗଡାରେ ବଢିବାରେ ଲାଗିଛି ଜନନୀ ଯନ୍ତ୍ରଣା

By

Published : Aug 18, 2023, 10:54 PM IST

ଷ୍ଟେଚରେ ବୁହା ହେଲେ ଗର୍ଭବତୀ ମହିଳା

ରାୟଗଡା:ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା । ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡାରେ ଜନନୀ ଯନ୍ତ୍ରଣା ଦୁଃଖ । ରାସ୍ତା ଘାଟର ଅଭାବ ହେଉ କିମ୍ବା ସଠିକ ସମୟରେ ଗର୍ଭବତୀମାନେ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରୁନଥିବାରୁ ଏଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଳସାଜା ଗାଁର ଜଣେ ଗର୍ଭବତୀଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର କରି ଆମ୍ବୁଲାନ୍ସ ପାଖରେ ପହଁଞ୍ଚାଇଲେ 4 ଯୁବକ ।

ହି ଗ୍ରାମରେ ବର୍ଷ ବର୍ଷ ଧରି ଗର୍ଭବତୀ, ରୋଗୀ ଓ ଶିଶୁମାନେ ସ୍ବାସ୍ଥ୍ଯସେବାରୁ ବଞ୍ଚିତ । ଗତ ୨୦୧୮ ମସିହାରେ ନାଗାବଳୀ ନଦୀର ବଢ଼ି ପାଣିରେ ମଟୋର ଟିଉ ମାଧ୍ୟମରେ ଜଣେ ଗର୍ଭବତୀଙ୍କୁ ନଦୀ ପାର କରିବା ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ସେତେବେଳେ ଚହଳ ପଡିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ପୋଲ କି ଭଲ ରାସ୍ତା ଖଣ୍ଡିଏ ତିଆରି ହୋଇ ପାରିଲା ନାହିଁ । ଆଜିବି ଏମିତି ଅନେକ ମହିଳାଙ୍କୁ କେତେବେଳେ ଖଟିଆ ତ ପୁଣି କେତେବେଳେ ଷ୍ଟ୍ରେଚରରେ ବୋହା ହେଉଛନ୍ତି ।

ଅଧିକ ପଢନ୍ତୁ: ପୁଣି ଜନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ଗର୍ଭବତୀ

ତେବେ ତଳସଜା ଗାଁର ଜୟରାମ ମିଣିଆକାଙ୍କ ଗର୍ଭବତୀ ସ୍ତ୍ରୀ କବିତା ମିଣିଆକାଙ୍କୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ହେଲେ ଆମ୍ବୁଲାନ୍ସ ଠିକ ସମୟରେ ଆସି ପହଞ୍ଚି ଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସଟି ନାଗାବଳୀ ନଦୀ ଆର ପଟେ ଅଟକି ରହିଥିଲା । ଗ୍ରାମର ଆମ୍ବୁଲାନ୍ସ ପହଞ୍ଚିବା ପରେ ଗ୍ରାମର ଚାରି ଯୁବକ ମିତେଶ ମିଣିଆକା, ମାଲେସ ରାଓ ମିଣିଆକା, ଦାମୋଦର ମିଣିଆକା ଓ ରବି ମିଣିଆକା ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଦୁଇ କିମି ବୋହି ଆଣି ନାଗାବଳୀ ନଦୀ ପାର କରିଥିଲେ । 4ଜଣ ଯୁବକ ଗର୍ଭବତୀଙ୍କୁ ମୁଖ୍ୟ ରାସ୍ତାକୁ ନେବାପରେ ଆମ୍ବୁଲାନ୍ସ ଦ୍ଵାରା ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଉକ୍ତ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନଥିବା ଯୋଗୁଁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର । ତେବେ ଷ୍ଟ୍ରେଚରରେ ବୋହୁଥିବା 4ଜଣ ଯୁବକଙ୍କୁ ଲୋକେ ପ୍ରଶଂସାର ସୁଆ ଛୁଟିଛି ।

ଇଟିଭି ଭାରତ, ରାୟଗଡ

ABOUT THE AUTHOR

...view details