ଓଡିଶା

odisha

ETV Bharat / state

ଉଠାଦୋକାନୀଙ୍କ କେତେ ସହାୟକ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ? - Rayagada street vendor

ଉଠାଦୋକାନୀଙ୍କ ପାଇଁ ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା । ହେଲେ ଏଥିରୁ କେତେ ଲାଭ ପାଉଛନ୍ତି ଏମାନେ । ଦେଖନ୍ତୁ ଏହି ରିପୋର୍ଟ...

ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା
ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା

By

Published : Jan 29, 2021, 4:06 PM IST

ରାୟଗଡା: ମାସ ମାସ ଧରି କୋରୋନାର ଭୟାବହତାରେ ପେଶି ହୋଇ ଯାଇଥିଲେ ଉଠାଦୋକାନୀ । କୋରୋନା ଛଡାଇନେଇଥିଲା ଜୀବିକା । ମାସମାସ ଧରି ଭାଙ୍ଗିଯାଇଥିଲା ଆର୍ଥିକ ମେରୁଦଣ୍ଡ । ନାନା ହଇରାଣ ହରକତ ହେଉଥିଲେ ରାୟଗଡାର ଉଠାଦୋକାନୀ ।

ଉଠାଦୋକାନୀଙ୍କ କେତେ ସହାୟକ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ?

ଦିନେ କି ଦୁଇ ଦିନ ନୁହେଁ ଲକଡାଉନ ଓ ସର୍ଟଡାଉନରେ ପ୍ରାୟ 10 ମାସ ଧରି ଶୂନଶାନ ହୋଇଯାଇଥିଲା ରାସ୍ତାଘାଟ । ଚିନ୍ତାରେ ଥିଲେ ପ୍ରତିଦିନ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀ । ତେବେ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଆଣିଦେଇଥିଲା ଆଶାର କିରଣ ।

10 ହଜାର ଲେଖାଏଁ ଆର୍ଥିକ ଋଣ ନେଇ ପୁଣି ଅଣ୍ଟା ଭିଡିଛନ୍ତି ରାୟଗଡାର ଉଠାଦୋକାନୀ । ପୌରାଞ୍ଚଳରେ ଥିବା ଉଠାଦୋକାନୀଙ୍କୁ ଏହି ସୁବିଧା ମିଳିବା ପରେ ସେମାନେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାରେ ଲାଗିପଡିଛନ୍ତି ।

ତେବେ ଏ ଯୋଜନାରୁ ଅନେକ ବାଦ ପଡିଥିବା ଦେଖିବାକୁ ମିଳିଛି । ସରକାରୀ ତଥ୍ୟ ଅନୁସାରେ, ରାୟଗଡାରେ 917 ଜଣ ଉଠାଦୋକାନୀ ଚିହ୍ନଟ ହୋଇଛନ୍ତି । ହେଲେ ଏଥିରୁ ମାତ୍ର 350 ଜଣ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଆବେଦନ କରିଛନ୍ତି । ଯେଉଁଥିରେ 160 ଜଣଙ୍କୁ ଏହି ଲାଭ ମିଳିଛି ।

ତେବେ ହିତାଧିକାରୀଙ୍କୁ 10 ହଜାର ଟଙ୍କାର ଲୋନ ଦିଆଯାଇଥିବାବେଳେ ଏହାକୁ ହିତାଧିକାରୀ ସୁଝିବାର ବ୍ୟବସ୍ଥା କରାଯାଇଛି । ହିତାଧିକାରୀମାନେ ନିଜେ ଅନଲାଇନ କିମ୍ବା ଅଫଲାଇନରେ ଆବେଦନ କରି ଏହାର ସୁବିଧା ପାଇପାରୁଛନ୍ତି ।

ହେଲେ ଏସବୁ ଭିତରେ ବି ଅନେକ ଉଠାଦୋକାନୀ ଏହାର ଲାଭ ପାଇପାରିନଥିବାରୁ ରାୟଗଡାରେ ଯୋଜନା ବାଟ ହୁଡିଥିବା କୁହାଯାଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details