ଓଡିଶା

odisha

ETV Bharat / state

ସରିଲା ପ୍ରଚାର, ଭୋଟକେନ୍ଦ୍ର ଅଭିମୁଖେ ପୁଲିଂ ଅଧିକାରୀ

ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ । ଗୁରୁବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ମଙ୍ଗଳବାର ସମସ୍ତ ପ୍ରଚାର ଶେଷ ହେବାକୁ ଥିବାବେଳେ ଗୁରୁବାରର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଭିନ୍ନ ପୁଲିଂ ବୁଥିଂରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

By

Published : Apr 9, 2019, 9:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ । ଗୁରୁବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ମଙ୍ଗଳବାର ସମସ୍ତ ପ୍ରଚାର ଶେଷ ହେବାକୁ ଥିବାବେଳେ ଗୁରୁବାରର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଭିନ୍ନ ପୁଲିଂ ବୁଥିଂରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ଭୋଟକେନ୍ଦ୍ର ଅଭିମୁଖେ ବାହାରିଛନ୍ତି ପୁଲିଂ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଜିଲ୍ଲାର ରାୟଗଡା, ବିଷମକଟକ ଓ ଗୁଣପୁର ବିଧାନସଭା ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ଜିଲ୍ଲାର 6 ଲକ୍ଷ 59ହଜାର 422ଜଣ ଭୋଟର ଭାଗ ନେବାର ସୂଚନା ରହିଛି । ସେହିପରି ପ୍ରଥମ ଥର ପାଇଁ 184 ଜଣ କିନ୍ନର ମଧ୍ୟ ମତଦାନ କରିବାର ସୂଚନା ରହିଛି ।

ଏନେଇ ମଙ୍ଗଳବାର ଜିଲ୍ଲାର 871ଟି ବୁଥ ପାଇଁ 5226ଜଣ ପୁଲିଂ ଅଧିକାରୀ ନିଜ ନିଜ ଭୋଟ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ସୂଚନା ଅନୁଯାୟୀ ଗୁଣପୁରରୁ ଗୁଣପୁର ଓ ବିଷମକଟକ ବିଧାନସଭା ପାଇଁ, ସେହିପରି ରାୟଗଡାରୁ ରାୟଗଡା ବିଧାନସଭା ପାଇଁ ପୁଲିଂ ଅଧିକାରୀ ଇଭିଏମ ଓ ଭିଭିପାଟ୍‌ ସମତେ ସମସ୍ତ ପୁଲିଂ ସରଞ୍ଜାମ ସଂଗ୍ରହ କରିଛନ୍ତି ।

ତେବେ ଜିଲ୍ଲାରେ ରହିଥିବା ସମ୍ବେଦନଶୀଳ ସ୍ଥାନମାନଙ୍କୁ ବୁଧବାର ପୁଲିଂ ଅଧିକାରୀଙ୍କୁ ପଠାଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details