ରାୟଗଡ଼ା: ମୋ ସରକାର ଓ 5ଟି ଭଳି ମେଗା ଯୋଜନା କାର୍ଯ୍ୟକାରୀ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶର ଫଳ ଶୂନ । ଆଜି ବି ଦୂର ହେଉନି ଅପହଞ୍ଚ ଲୋକଙ୍କ ସମସ୍ୟା । ରାସ୍ତା ନଥିବାରୁ ମିଳୁନି ଆମ୍ବୁଲାନ୍ସ ସେବା । ଖଟିଆରେ ବୁହାହେଲେ ରୋଗୀ । ରାୟଗଡ଼ା ଜିଲ୍ଲା କେରେଡା ପଞ୍ଚାୟତର ଖିଲିମିସଗୁଡା ଗ୍ରାମରେ ସରକାରଙ୍କ ଯୋଜନା ବିଫଳତାର ଚିତ୍ର ସାମ୍ନାକୁ ଆସିଛି । ଗ୍ରାମକୁ ରାସ୍ତା ନଥିବାବେଳେ ନଦୀ ସାଜିଛି ବାଧକ । ପୋଲଟିଏ ମଧ୍ୟ ନିର୍ମାଣ ହୋଇପାରୁନାହିଁ ।
ଏହା ମଧ୍ୟ ପଢ଼ନ୍ତୁ:ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜବତ ହେଲା 11 ଲକ୍ଷ
ଖିଲିମିସ ଗୁଡା ଗ୍ରାମର ସତ୍ୟ ବତି ମଣ୍ଡାଙ୍ଗୀ ନାମକ ଜଣେ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେମଦେଇ ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବାକୁ ଖଟିଆରେ ବୋହି ନଦୀ ପାର କରାଇଥିଲେ ଗ୍ରାମବାସୀ । ନାଗାବଳୀ ନଦୀ କୂଳରେ ଥିବା ଏହି ଗ୍ରାମର ଲୋକେ ପୂର୍ବରୁ ଅନେକ ସମୟ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲକୁ ଆଣିଛନ୍ତି।