ରାୟଗଡା:ପରୀ ଘଟଣାରେ ଶନିବାର ସ୍ଥାନୀୟ ବିଜେପି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ନଗର ସଭାପତି ଶ୍ରୀବାସ ସ୍ବାଇଁଙ୍କ ନେତୃତ୍ବରେ କର୍ମୀମାନେ ଏକତ୍ରିତ ହୋଇ ପରୀ ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ସମାଲୋଚନା କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଦାବି କରିଥିଲେ। ଏହାସହ ସରକାରଙ୍କ ଏସଆଇଟି ତଦନ୍ତ ଉପରେ ଅବିଶ୍ବାସ କରି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।
ପରୀକୁ ନ୍ୟାୟ ଦାବିରେ ରାୟଗଡା ବିଜେପିର ପଦଯାତ୍ରା - ନୟାଗଡ ପରୀ ଘଟଣା
ନୟାଗଡ ପରୀ ଘଟଣାରେ ରାୟଗଡା ବିଜେପିର ପ୍ରତିବାଦ ଶୋଭାଯାତ୍ରା । ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ସମାଲୋଚନା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଦାବି । ଅଧିକ ପଢନ୍ତୁ...
ପରୀ ଘଟଣା: ପ୍ରତିବାଦରେ ରାୟଗଡା ବିଜେପିର ପଦଯାତ୍ର
ଲଗାତାର ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଶୁ ଅପହରଣ ଓ ହତ୍ୟା ଘଟଣାକୁ ନିନ୍ଦାକରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଦଳୀୟ ନେତାମାନେ କହିଥିଲେ। ଏହି ଅବସରରେ ପଦଯାତ୍ରାରେ ଯାଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଥିଲା। ଏହି ପଦଯାତ୍ରାରେ ପୂର୍ବତନ ବିଧାୟିକା ହେମା ଗମାଙ୍ଗ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ଶିଶିର ଗମାଙ୍ଗ, ୱାଇ ଗଣପତି, ପୃଥ୍ବିରାଜ ପାଢୀ, ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ