ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ - ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

Teacher misbehaves students: ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ କରି ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ । ରାୟଗଡ଼ା ସହରର ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

By ETV Bharat Odisha Team

Published : Dec 20, 2023, 10:33 PM IST

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

ରାୟଗଡ଼ା: ସହରର ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ନାୟକ ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ବୁଧବାର ଅଭିଭାବକମାନେ ସ୍କୁଲ ଘେରିଥିଲେ । ଉକ୍ତ ଶିକ୍ଷକଙ୍କୁ ମହିଳାମାନେ ନିସ୍ତୁକ ମାଡ଼ ମାରିଥିବା ବେଳେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ଅଭିଭାବକ ମାନେ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ପରେ ଟାଉନ୍‌ ଥାନା ପୋଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ।

ବିଦ୍ୟାଳୟ ଶ୍ରେଣୀ ଭିତରେ ଛାତ୍ରୀ ମାନଙ୍କୁ ଅସଦାଚରଣ । ଅସଦାଚରଣର ଚରମ ସୀମା ଟପିଛନ୍ତି ବିଦ୍ୟାଳୟର ୫୯ ବର୍ଷ ବୟସର ଜଣେ ଶିକ୍ଷକ । ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ସହକର୍ମୀଙ୍କ ଅନୁପସ୍ଥିତିରେ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟ ପରିସରରେ ଲାଗି ରହିଥିଲା ଉତ୍ତେଜନା । ଏପରି ଅମାନବୀୟ ଘଟଣା ରାୟଗଡ଼ା ଇନ୍ଦିରାନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ନାୟକ ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ କୋଳରେ ବସାଇ ଅସଦାଚରଣ କରିଥିବା ସଂଘାତିକ ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଏପରି ଦୁର୍ବ୍ୟବହାର ପରେ କିଛି ଛାତ୍ରୀ ସ୍କୁଲ ଆସିବା ମଧ୍ୟ ଛାଡି ଦେଇଛନ୍ତି । ତେବେ ଅସଦାଚରଣର ଶିକାର ହୋଇଥିବା କିଛି ଛାତ୍ରୀ ନିଜ ଘର ଲୋକଙ୍କୁ ଜଣାଇବା ପରେ ଆଜି ଅଭିଭାବକମାନେ ବିଦ୍ୟାଳୟ ଘେରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିଛନ୍ତି । କିଛି ଅସଦାଚରଣର ଶିକାର ହୋଇଥିବା ଛାତ୍ରୀ ମଧ୍ୟ ଶିକ୍ଷକଙ୍କୁ ମାଡ ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାୟଗଡ଼ା ଟାଉନ୍‌ ଥାନା ପୋଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷକ ଓ ୩ ଜଣ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଅନୁପସ୍ଥିତିରେ ଶିକ୍ଷକ ମନୋରଞ୍ଜନ ନାୟକ ପିଲାମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଅସଦାଚରଣ କଥା କାହାରିକୁ କହିଲେ, ଟିସି ଦେଇ ସ୍କୁଲରୁ ବିଦା କରାଯିବ ବୋଲି ମଧ୍ୟ ସଂପୃକ୍ତ ଶିକ୍ଷକ ପିଲାମାନଙ୍କୁ ଧମକ ଦେଇଥିବା କୁହାଯାଉଛି । ଏହି ଘଟଣା ଘଟିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି । ହେଲେ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଶିକ୍ଷକ ମନୋରଞ୍ଜନ କହିଛନ୍ତି । ଅନ୍ୟପଟେ ତୁରନ୍ତ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ଆଜି ବିଦ୍ୟାଳୟ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀମାନେ କାନ୍ଦି କାନ୍ଦି ପୋଲିସ ଆଗରେ ଅଭିଯୋଗ କରୁଥିବା ଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details