ରାୟଗଡା: ଧାନମଣ୍ଡିରେ ପଡିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିନ୍ତୁ ମିଲରଙ୍କ ଦେଖା ମିଳୁନାହିଁ । ଧାନ ବିକ୍ରି କରିବା ପାଇଁ ସରକାର ଖୋଲିଛନ୍ତି ମଣ୍ଡି ହେଲେ ଟୋକାନ ଆସିନଥିବାରୁ ଧାନ କିଣାଯାଇ ପାରୁନାହିଁ । ପୁଣି କାହାର ଟୋକନ ଅଛି ଆଉ ଧାନ ଧରି ଚାଷୀ ମଣ୍ଡିକୁ ଆସିଲେ ମିଲରଙ୍କ ଦେଖା ନାହିଁ । ଏମିତି ଅଭିଯୋଗ ରାୟଗଡା ଜିଲ୍ଲା ଗୁଣପୁରର ଡମ୍ବସରା ଧାନମଣ୍ଡିରେ ହୋଇଛି ।
ମିଳୁନି ମିଲରଙ୍କ ଦେଖା, ଧାନମଣ୍ଡିରେ ପଡି ରହିଛି ଧାନ - ରାୟଗଡା
ଧାନମଣ୍ଡିରେ ପଡିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିନ୍ତୁ ମିଲରଙ୍କ ଦେଖା ମିଳୁନାହିଁ । ଧାନ ବିକ୍ରି କରିବା ପାଇଁ ସରକାର ଖୋଲିଛନ୍ତି ମଣ୍ଡି ହେଲେ ଟୋକନ ଆସିନଥିବାରୁ ଧାନ କିଣାଯାଇ ପାରୁନାହିଁ । ଅଧିକ ପଢନ୍ତୁ...
ମିଳୁନି ମିଲରଙ୍କ ଦେଖା, ଧାନମଣ୍ଡିରେ ପଡି ରହିଛି ଧାନ
ଆଜି(ଶନିବାର) ଡମ୍ବସରା ଧାନମଣ୍ଡିକୁ ସକାଳୁ ପ୍ରାୟ ୩୦୦୦ ବସ୍ତା ଆସିଥିଲା । ଦୀର୍ଘ ସମୟ ଧରି ଚାଷୀ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲେ । କୌଣସି ମିଲରଙ୍କ ଦେଖା ମିଳିନଥିଲା ଫଳରେ ଚାଷୀ ଅସନ୍ତୋଷ ବଢିଥିଲା ପରେ ଗୁଣପୁର ଉପଖଣ୍ଡ ଯୋଗାଣ ଅଧିକାରୀ ସଦଗା ମୁର୍ମୁ ଆସି ଚାଷୀଙ୍କୁ ବୁଝାସୁଝା କରି ଧାନ ବିକ୍ରି କରିବା ନେଇ ବ୍ୟବସ୍ଥା କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ