ଓଡିଶା

odisha

By

Published : Nov 25, 2020, 3:38 PM IST

ETV Bharat / state

ଅପରେସନ୍ ଗ୍ରୀନ୍ ଡାଇମଣ୍ଡ ଆରମ୍ଭ, ପ୍ରଥମ ଦିନରେ ୬୫ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ

ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ ଡାଇମଣ୍ଡ । ପ୍ରଥମ ଦିନରେ ନଷ୍ଟ ହେଲା ୬୫ ଏକର ଜମିରେ ପରିମିତ ଗଞ୍ଜେଇ ଗଛ। ତେବେ ଗତ ବର୍ଷ ୧୦୦୦ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଏବର୍ଷ ମଧ୍ୟ ୧୦୦୦ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ୍ୟ ରଖିଛି ଜିଲ୍ଲା ପୋଲିସ। ଅଧିକ ପଢନ୍ତୁ...

ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ ଡାଇମଣ୍ଡ, ପ୍ରଥମ ଦିନରେ ନଷ୍ଟ ହେଲା ୬୫ ଏକର ଜମିର ଗଞ୍ଜେଇ ଗଛ
ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ ଡାଇମଣ୍ଡ, ପ୍ରଥମ ଦିନରେ ନଷ୍ଟ ହେଲା ୬୫ ଏକର ଜମିର ଗଞ୍ଜେଇ ଗଛ

ରାୟଗଡ଼ା: ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ରାୟଗଡ଼ା ଜିଲ୍ଲାର ପାହାଡିଆ ଅଞ୍ଚଳ। ଚଢ଼ାଉ ସତ୍ତ୍ବେ ପାହାଡ଼ି ଇଲାକାରେ ଅବାଧ ଭାବେ ଚାଲିଛି ଗଞ୍ଜେଇ ଚାଷ ।

ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ ଡାଇମଣ୍ଡ, ପ୍ରଥମ ଦିନରେ ନଷ୍ଟ ହେଲା ୬୫ ଏକର ଜମିର ଗଞ୍ଜେଇ ଗଛ

କନ୍ଧମାଳ, କଳାହାଣ୍ଡି, ଗଜପତି ଆଦି ଜିଲ୍ଲାର ସୀମାନ୍ତ ଦୁର୍ଗମ ଅଞ୍ଚଳରେ ଅନାୟସରେ ଚାଲିଛି ଗ୍ରୀନ୍ ଡାଇମଣ୍ଡ କାରବାର । ମାଓ ପ୍ରବଣ ସାଙ୍ଗକୁ ବଣ ପାହାଡ ଘେରା ଜିଲ୍ଲାର ଭୌଗୋଳିକ ସ୍ଥିତିର ଫାଇଦା ଉଠାଉଛନ୍ତି ଗଞ୍ଜେଇ ମାଫିଆ । ବିଗତ କିଛି ବର୍ଷ ଧରି ଯଦିଓ ମାଓବାଦୀଙ୍କ ଉପଦ୍ରବ ଏହି ଜିଲ୍ଲା ଗୁଡିକରେ କମିଛି ତଥାପି, ଗଞ୍ଜେଇ କାରବାର ବୃଦ୍ଧି ଯେପରି ମାଓବାଦୀଙ୍କ ପାଣ୍ଠି ବୃଦ୍ଧିରେ ସହାୟକ ନହେଉ ସେଥିପାଇଁ ଜିଲ୍ଲାରେ ଆରମ୍ଭ ହୋଇଛି ‘‘ଅପରେସନ୍ ଗ୍ରୀନ୍ ଡାଇମଣ୍ଡ ।’’

ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ ଡାଇମଣ୍ଡ, ପ୍ରଥମ ଦିନରେ ନଷ୍ଟ ହେଲା ୬୫ ଏକର ଜମିର ଗଞ୍ଜେଇ ଗଛ

ପ୍ରଥମ ଦିନରେ ୬୫ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ । ଜିଲ୍ଲାର ମାନଚିତ୍ରରେ ପଦ୍ମପୁର, ଚନ୍ଦ୍ରପୁର, ଗୁଡାରି, ଗୁଣପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ ଚାଷ । କନ୍ଧମାଳ-କଳାହାଣ୍ଡି-ଗଜପତିକୁ ଲାଗିଥିବା ଶହ ଶହ ଏକର ଜମିରେ ଚାଷ ହେଉଥିବା ବେଳେ ଅମଳ ପରେ ସତର୍କତାର ସହ ବିଭିନ୍ନ ଉପାୟରେ ବାହାରକୁ ଚାଲାଣ କରୁଛନ୍ତି ମାଫିଆ। ତେବେ ଗତ ବର୍ଷ ୧୦୦୦ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଏବର୍ଷ ମଧ୍ୟ ୧୦୦୦ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପୋଲିସ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details