ରାୟଗଡ:ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପିଡି ଡିଆରଡିଏ ପଦବୀରୁ ବିଦାୟ ନେଲେ ଯୁବ ଆଇ.ଏ.ଏସ ଅଫିସର ଅମ୍ରିତ ଋତୁରାଜ । ଆସନ୍ତାକାଲି ସେ କେନ୍ଦ୍ରାପଡା ଜିଲ୍ଲାପାଳଭାବେ ଦାୟିତ୍ବ ନେବେ । ଏହା ପୂର୍ବରୁ ଇଟିଭି ଭାରତକୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇଛନ୍ତି ।
ରାୟଗଡା ପିଡି ଡିଆରଡିଏ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଦାୟିତ୍ବ
ରାୟଗଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ପିଡି ଡିଆରଡିଏ ଭାବରେ କାର୍ଯ୍ୟ କରୁଥିବା ଯୁବ ଆଇଏଏସ ଅଫିସର ଅମ୍ରିତ ଋତୁରାଜ ବଦଳି ହୋଇଛନ୍ତି । ଆସନ୍ତାକାଲି ସେ କେନ୍ଦ୍ରାପଡା ଜିଲ୍ଲାପାଳଭାବେ ଦାୟିତ୍ବ ନେବେ । ଅଧିକ ପଢନ୍ତୁ...
ଜିଲ୍ଲାରେ ଦୀର୍ଘ ତିନିବର୍ଷ କାର୍ଯକାଳ ଭିତରେ ସମସ୍ତ ଅଧିକାରୀ,ଜନସାଧାରଣ ଠାରୁ ସ୍ନେହ ସହଯୋଗ ପାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏଠାରୁ ପାଇଥିବା ଅନୁଭୂତି କେନ୍ଦ୍ରାପଡା କାମରେ ଆସିବ ବୋଲି କହିଛନ୍ତି । ତେବେ ଭୌଗଳିକ ଏବଂ ସାମାଜିକ ଚଳନୀରେ ସଂପୂର୍ଣ୍ଣ ଭିନ୍ନ କେନ୍ଦ୍ରାପଡା ପାଇଁ ମଧ୍ୟ ମୋତେ ସେତିକି ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି । ଏଥିପାଇଁ ଲୋକଙ୍କ ସହଯୋଗକୁ ପାଥେୟ କରି ଆଗକୁ ବଢିବାର ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ମୋ ଜୀବନ କାଳ ପର୍ଯ୍ୟନ୍ତ ଏହି ଜିଲ୍ଲା ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ l
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ