ଓଡିଶା

odisha

ETV Bharat / state

ମାଛକୁ ଦାନା ଦେବା ସମୟରେ ପୋଖରୀରେ ବୁଡି ଚାଷୀ ମୃତ - ପୋଖରୀରେ ବୁଡି ଯିବାରୁ ଚାଲିଗଲା ଜୀବନ

ମାଛ ମାନଙ୍କୁ ଦାନା ଦେବା ସମୟରେ ପୋଖରୀରେ ବୁଡି ରାୟଗଡା ଜିଲ୍ଲାରେ ଜଣେ ମାଛଚାଷୀଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ପୋଖରୀରେ ବୁଡି ଜଣେ ମୃତ
ପୋଖରୀରେ ବୁଡି ଜଣେ ମୃତ

By

Published : Oct 27, 2020, 3:30 PM IST

ରାୟଗଡା: ପୋଖରୀରେ ବୁଡି ଜଣେ ମାଛଚାଷୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ର ଖଂବେଶି ଗ୍ରାମରେ ।

ପୋଖରୀରେ ବୁଡି ଜଣେ ମୃତ

ମୃତ ବ୍ୟକ୍ତି ଜଣକ ଦାସୁରୁ ୱାଡାକା । ଖବର ନେଵାରୁ ଜଣା ପଡ଼ିଛି ଦାସୁରୁ ନିଜ ପୋଖରୀରେ ମାଛ ଚାଷ କରୁଥିଲେ । ଗତ କାଲି ସନ୍ଧ୍ୟାରେ ମାଛକୁ ଦାନା ଦେବା ପାଇଁ ପୋଖରୀ ଭିତରକୁ ଯାଇଥିଲେ କୌଣସି କାରଣରୁ ସେ ପୋଖରୀ ଭିତରେ ବୁଡି ଯାଇଥିଲେ । ପୋଖରୀ ପାଖରେ ଉପସ୍ଥିତ ଥିବା ତାଙ୍କ ପୁଅ କିଛି ସମୟ ପରେ ବାପା ପୋଖରୀ ଭିତରୁ ନ ବାହାରିବାରୁ ଗ୍ରାମବାସୀଙ୍କୁ ଏନେଇ ଜଣେଇ ଥିଲେ ।

ଗ୍ରାମବାସୀ ସେଠାରେ ପହଞ୍ଚି ଖୋଜା ଖୋଜି କରି ଦାସୁରୁଙ୍କ ଉଦ୍ଧାର କରି ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details