ଓଡିଶା

odisha

ETV Bharat / state

ରାୟଗଡାରେ ଦୁଇ ମନ୍ତ୍ରୀ, ଆମ ଓଡିଶା ନବୀନ ଓଡିଶା ନୂତନ ଯୋଜନାର କଲେ ସମୀକ୍ଷା - ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡାରେ ରାଜ୍ୟ ସରକାରଙ୍କ ନୂତନ ଯୋଜନାଗୁଡିକର ସଫଳ ରୂପାୟନକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ଅନୁସୂଚିତ ଜନଜାତି ଉନ୍ନୟନ ବିକାଶ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ରାୟଗଡାରେ ଦୁଇ ରାଜ୍ୟମନ୍ତ୍ରୀଙ୍କ ସମୀକ୍ଷା
food and supply minister Atanu Sabyasachi Nayak visit rayagada

By

Published : Jul 21, 2023, 11:49 AM IST

food and supply minister Atanu Sabyasachi Nayak visit rayagada

ରାୟଗଡା:ଆମ ଓଡିଶା ନବୀନ ଓଡିଶା ନୂତନ ଯୋଜନାର ସମୀକ୍ଷା କରିଛନ୍ତି ଉଭୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ରାୟଗଡା ଜିଲ୍ଳାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମେତ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଗୁଡିକର ସଫଳ ରୂପାୟନକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ଅନୁସୂଚିତ ଜନଜାତି ଉନ୍ନୟନ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡା ଓ ଗୁଣୁପୁର ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇ ଆଲୋଚନା କରିଛନ୍ତି ।

ରାୟଗଡାର ସ୍ଥାନୀୟ ପ୍ରଶିକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମ ଓଡିଶା ନବୀନ ଓଡିଶା ନୂତନ ଯୋଜନାରେ ପ୍ରତି ପଞ୍ଚାୟତରେ ସରକାରଙ୍କ ତରଫରୁ ମିଳିବାକୁ ଥିବା 50 ଲକ୍ଷ ଟଙ୍କା ଅନୁଦାନ ଗୁଡିକୁ କିପରି ଭାବେ ଉନ୍ନୟନମୂଳକ କାର୍ଯ୍ୟରେ ସଠିକ୍ ବିନିଯୋଗ କରାଯାଇପାରିବ ସେ ନେଇ ଦୁଇ ରାଜ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଅନ୍ୟାନ୍ୟ ଯୋଜନାର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ ।

ବିଶେଷ କରି ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ ଭାଗବତ ଟୁଙ୍ଗି ତଥା ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ 10ଲକ୍ଷ ଟଙ୍କା ବିନିଯୋଗ କରାଯିବାକୁ ଥିବା ବେଳେ ବଳକା 40ଲକ୍ଷ ଟଙ୍କା ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ମୋ ଘର ଯୋଜନାରେ ଯେପରି ଅଧିକରୁ ଅଧିକ ହିତାଧିକାରୀ ବ୍ୟାଙ୍କ ଋଣ ସୁବିଧା ପାଇପାରିବେ ସେ ନେଇ ବିଡିଓମାନେ ହିତାଧିକାରୀଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାସହୀନ ପରିବାରକୁ ଯଥାଶୀଘ୍ର ଘରଡିହ ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଜୁ ପକ୍କାଘର ଭଳି ଆବାସ ଓ ଅନ୍ୟାନ୍ୟ ଗୃହ ନିର୍ମାଣ ଯୋଜନା ଗୁଡିକରେ ହିତାଧିକାରୀମାନେ ସାମିଲ ହେବା ପରେ ମିଳୁଥିବା ଅନୁଦାନରେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ବାଲି ଯେପରି ଠିକ୍ ସମୟରେ ମିଳିପାରିବ ଏବଂ ଏହାର ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ ଉପସ୍ଥିତ କାଶୀପୁର ଓ ରାୟଗଡା ତସହିଲଦାରମାନଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ...ବାଲେଶ୍ଵରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା, ଦୁର୍ବଳ ନଦୀବନ୍ଧ ଉପରେ ଗୁରୁତ୍ୱ

ଅନ୍ୟପଟେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ରାୟଗଡ଼ ମାଧ୍ୟମରେ ବେଦାନ୍ତ ଆଲୁମିନାର ଗତ ଫେବୃଆରି ମାସରେ ନିଯୁକ୍ତି ପ୍ରକ୍ରିୟାରେ ମୋନନୀତ 30 ଜଣ ଛାତ୍ରଛାତ୍ରୀ ମାନଙ୍କୁ ବିଜୁ ପଟ୍ଟନାୟକ ଅଡିଟୋରିଅମ, ରାୟଗଡ଼ା ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଯଥାବିଧି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details