ରାୟଗଡା :ରାୟଗଡା ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମଙ୍ଗଳବାର 47 ପଜିଟିଭ ଚିହ୍ନଟ ପରେ ବୁଧବାର 96ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାକୁ 7ଦିନ ପାଇଁ ସଟ ଡାଉନ କରାଯିବା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାୟଗଡାରେ 96 ପଜେଟିଭ ଚିହ୍ନଟ, କାଲିଠୁ 7 ଦିନ ଯାଏଁ ସଟଡାଉନ - more 96 corona positive identified in rayagada district
ରାୟଗଡାରେ ସର୍ବାଧିକ 96 ଜଣ କୋରୋନା ପଜେଟିଭ ଚିହ୍ନଟ। କାଲିଠୁ 7 ଦିନ ଯାଏଁ ସଟଡାଉନ । ଅଧିକ ପଢନ୍ତୁ....
ସଂକ୍ରମିତଙ୍କ ମଧ୍ୟରୁ 92ଜଣ ହୋମ କ୍ଵରେଣ୍ଟାଇନରୁ ଓ 4 ଜଣ ଟିଏମସିରୁ ଚିହ୍ନଟ ହୋଇଛନ୍ତି । ଗୁଣୁପୁର ବ୍ଲକର ରେଙ୍ଗାଲପାଡୁରୁ 34 ଓ ଆମ୍ବଗୁଡା କଣ୍ଟେନମେଣ୍ଟ ଜୋନରୁ 34 ଜଣ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ଗୁଣୁପର ମୁନିସିପାଲିଟିରୁ 8ଜଣ, ଗୁଡାରି ବ୍ଲକରୁ 10, ରାୟଗଡା ବ୍ଳକରୁ 6,ରମନାଗୁଡା ବ୍ଳକରୁ 2 , ମୁନିଗୁଡା ବ୍ଲକ ଏବଂ ବିଷମକଟକ ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ବାହାରିଛନ୍ତି । ତେବେ, କଣ୍ଟାକ୍ଟ ଟ୍ରେସିଂ ଓ ଜିଲ୍ଲାକୁ ବାହାର ଲୋକଙ୍କ ଆଗମନକୁ ରୋକିବାକୁ ଜିଲ୍ଲାରେ 7 ଦିନିଆ ସଟ ଡାଉନ ଲାଗୁ କରାଯିବା ବୋଲି ଜିଲ୍ଲାପାଳ କହିଛନ୍ତି । ଜୁଲାଇ 23ରୁ 29 ତାରିଖ ପର୍ଯ୍ୟନ୍ତ ସଟଡାଉନ ହେବ ।
ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ