ଓଡିଶା

odisha

ETV Bharat / state

ମୁଁ ଆଦିବାସୀ ଥିଲି, ଅଛି ଏବଂ ରହିବି: ବିଧାୟକ - TRIBAL

ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢିଥିବା ଅଭିଯୋଗ ଖଣ୍ଡନ କରିଛନ୍ତି ବିଧାୟକ ମକରନ୍ଦ ମୁଦୁଲି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jul 8, 2019, 11:35 PM IST

ରାୟଗଡା: ବିଧାୟକ ମକରନ୍ଦ ମୁଦୁଲିଙ୍କ ନାଁରେ ଜାତିଗତ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏ ସଂପର୍କରେ ନିଜେ ମୁହଁ ଖୋଲିଛନ୍ତି ବିଧାୟକ ମୁଦୁଲି । ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛିନ୍ତି ଯେ, ‘ ମୁଁ ଆଦିବାସୀ ଥିଲି, ଅଛି ଏବଂ ରହିବି । ଏ ମାଟିର ଆମେ ଆଦିମ ଜାତିର ବଂଶଧର । ମାଟି କହିବ ପ୍ରକୃତରେ ମୁଁ ଆଦିବାସୀ ନା ଅଣ ଆଦିବାସୀ । କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଅପପ୍ରଚାର କରୁଛନ୍ତି । ଏଥରୁ କ୍ଷାନ୍ତ ନ ହେଲେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନାଯୋଗ୍ୟ, ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସେ ନିର୍ବାଚନ ଲଢିଥିବା ଅଭିଯୋଗ କରି ରାୟଗଡାର ଆର ହରିଶ ନାମକ ଜଣେ ବ୍ୟକ୍ତି ବିଧାୟକଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି । ମକରନ୍ଦ ମୁଦୁଲି ଜଣେ ଅଣ ଆଦିବାସୀ ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ମାମଲା ଦାଏର କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଜଣେ ଝୋଡିଆ ସମ୍ପ୍ରଦାୟର । ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ । ଆଦିବାସୀ ମାନ୍ୟତା ପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି । ହେଲେ ସେ କିଭଳି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବାଚନ ଲଢିଲେ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details