ଓଡିଶା

odisha

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

By

Published : Oct 1, 2022, 10:59 AM IST

ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର
ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର

ରାୟଗଡା:ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଅମ୍ବାଦଳା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆଙ୍କ ସ୍ତ୍ରୀ ଅନୁସୟା ଦୀର୍ଘ ଦିନ ଧରି ନିଖୋଜ ରହିଥିଲେ । ତେବେ ରାୟଗଡାର ଏକ ଜଙ୍ଗଲରୁ ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ।

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର


ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅଧୀନସ୍ଥ କୁଟ୍ରାଗୁଡ଼ା ଗ୍ରାମର ଅନୁସୟା ହରିଜନଙ୍କୁ ଅମ୍ବାଦଳା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆ କେରଳରେ ପ୍ରେମ ବିବାହ କରିଥିଲେ । ମାସେ ତଳେ ଅନୁସୟା କେରଳରୁ ନିଜ ଗାଁକୁ ଆସିଥିଲେ । ଅନୁସୟାଙ୍କ ସ୍ବାମୀ ରାହୁଲ କରକରିଆ ତାଙ୍କ ଭଉଣୀ ଓ ଭିଣୋଇଙ୍କ ଘରେ ରହିବା ପାଇଁ ଅନୁସୟାଙ୍କୁ କହିଥିଲେ । ତେଣୁ ରାହୁଲଙ୍କ ଭିଣୋଇ ମୁନିଗୁଡା ଷ୍ଟେସନରୁ ଅନୁସୟାକୁ ଆଣି ନିଜ ଘରେ ରଖିଥିଲେ । ୧୫ ଦିନ ପରେ ଅନୁସୟା କାହାକୁ ନ ଜଣାଇ କେଉଁ ଆଡେ ଚାଲି ଯାଇଥିଲେ । ଏନେଇ ରାହୁଲଙ୍କ ଭିଣୋଇ ଅନୁସୟାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ ।

ଏନେଇ ଅନୁସୟାଙ୍କ ପରିବାର ପକ୍ଷରୁ ଅମ୍ବାଦଳା ଥାନାରେ ସେପ୍ଟେମ୍ବର ୩ ତାରିଖରେ ଏକ ନିଖୋଜ ଏତଲା ଦିଆଯାଇଥିଲା । ଏହାକୁ ନେଇ ଅମ୍ବାଦଳା ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପରେ ପୋଲିସ ସୂତ୍ରରୁ ଖବର ପାଇ, ସାଇଣ୍ଟିଫିକ ଟିମ୍ ସହ ରାୟଗଡାର ଏକ ଜଙ୍ଗଲରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଙ୍ଗଲରୁ ଅନୁସୟାଙ୍କ ମୃତଦେହ ଏକ ବସ୍ତା ଭିତରେ ଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋରାପୁଟ ମେଡିକାଲକୁ ପଠାଇଛି । ଅନ୍ୟପଟେ ମହିଳା ଜଣଙ୍କୁ ଭିଣୋଇ ଶ୍ରୀଚରଣ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ନେଇ ଅନୁସୟାଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।

ତେବେ ଘଟଣାରେ ସମ୍ପୃକ୍ତ ମୃତ ଅନୁସୟାଙ୍କ ସ୍ବାମୀ ରାହୁଲ କରକରିଆଙ୍କ ଭିଣୋଇ ଶ୍ରୀଚରଣ କୁସୁଲିଆ ଓ ତାଙ୍କ ସ୍ତ୍ରୀକୁ ଥାନାରେ ଅଟକ ରଖି ପଚରାଉଚରା କରିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରାୟଗଡା ଏସପି ବିବେକା ନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details