ରାୟଗଡା:ପୁଣି ମାତିଲେ ଚୋର । ଘରେ କେହି ନଥିବାର ସୁଯୋଗ ନେଇ ଘରେ ବୁଲାଇଲେ କଳାକନା । ରାୟଗଡ଼ା ସହରର ଗାୟତ୍ରୀ ନଗରରେ ସୋମବାର ଏହି ବଡ ଧରଣର ଚୋରି ହୋଇଛି । ୫ ଭରି ସୁନା ଅଳଙ୍କାର ସମେତ ୧ କେଜି ଅଧିକ ରୁପା ଓ ନଗଦ ଦେଢ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି ।
ରାୟଗଡ଼ା ଜିଲ୍ଲାରେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଚୋର ଓ ଲୁଟେରା ଗ୍ୟାଙ୍ଗ । ପ୍ରତିଦିନ ରାୟଗଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଲୁଟ, ଚୋରି ବଢ଼ିବାରେ ଲାଗିଛି । ସୋମବାର ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଲୁଟେରା । ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡଧରଣର ଚୋରି ହୋଇଥିବା ଜଣାପଡିଛି । ୫ ଭରି ସୁନା ଅଳଙ୍କାର ସମେତ ୧ କେଜି ଅଧିକ ରୁପା ଓ ନଗଦ ଦେଢ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ: Anubhav-Varsha marital discord: ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ
ସୂଚନାଅନୁସାରେ, ଧର ମାଲିକ ପି. ରାମବାଵୁ ନିଜ ମାଆଙ୍କୁ ନେଇ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଘରେ ତାଲା ପଡିଥିଲା । ଏହାର ସୁଯୋଗ ନେଇ ସୋମବାର ଦିନ ଦୁର୍ବୃତ୍ତମାନେ ଘରେ ପଶି ସମସ୍ତ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ଜଣାପଡିଛି। ପ୍ରଥମ ମହଲା ଘରେ ଏହି ଚୋରି ହୋଇଥିବା ବେଳେ ତଳ ମହଲାରେ ଥିବା ଘରେ ମଧ୍ୟ ଭଙ୍ଗାରୁଜା କରିଥିବା ନଜରକୁ ଆସିଛି। ତେବେ ସେହି ଘର ମାଲିକ ମଧ୍ୟ ବାହାରେ ରହୁଥିବା କାରଣରୁ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ। ଘଟଣାର ଖବର ପାଇ ପୋଲିସ, ଡଗ ସ୍କ୍ବାର୍ଡ ଓ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।
ପ୍ରକାଶ ଥାଉକି, ରାୟଗଡ଼ା ସହରରେ ଡକାୟତି ଓ ଲୁଟ ଭଳି ଘଟଣା ପ୍ରତିଦିନ ଘଟୁଥିବା ସ୍ଥଳେ ଜିଲ୍ଲା ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତିଦିନ ରାୟଗଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଲୁଟ, ଚୋରି ଓ ରାହାଜାନୀ ବଢ଼ିବାରେ ଲାଗିଛି । ପୋଲିସ ସହର ଭିତରେ ନିଷ୍କ୍ରିୟ ଥିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହାସହ ପାଟ୍ରୋଲିଂକୁ ଜୋରଦାର କରିବା ପାଇଁ ଦାବି କରିଛନ୍ତି ।
ଇଟିଭି ଭାରତ, ରାୟଗଡା