ସମ୍ଭାବ୍ୟ ବାତ୍ୟା ପାଇଁ ଆଲର୍ଟରେ ରାୟଗଡା ରାୟଗଡା:ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟରେ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓମାନଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଯାଇଥିବା ବେଳେ ଅମଳ ଫସଲଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ମିଗଜୋମ' ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ ଓ ନେଲୋର ମଧ୍ୟରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇଯାଇଗଲାଣି । ବର୍ଷା ଯୋଗୁ ଦକ୍ଷିଣ ଓଡ଼଼ିଶାର କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।ତେବେ ରାୟଗଡାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ଚାଷୀକୁ ଅଦିନିଆ ବର୍ଷା ଭୟ, ଡାକବାଜି ଯନ୍ତ୍ରରେ ସଚେତନ କରୁଛି କୃଷି ବିଭାଗ
ରାୟଗଡା ଜିଲ୍ଲାର ଅଧିକାଂଶ ବ୍ଲକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ଚାଷ ଓ ଅମଳ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସୂଚନା ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମକୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଧାନ, କପା ଓ ଅନ୍ୟାନ୍ୟ ଅମଳ ଶସ୍ୟ ଗୁଡିକ କାଟିବା ବା ତୋଳିବା ସମୟ ହୋଇଥିବାରୁ ଅମଳ ପ୍ରଭାବିତ ହେବା ଆଶଙ୍କା କରି ଜିଲ୍ଲାରେ ଚାଷୀକୂଳ ଭୟଭୀତ ଅବସ୍ଥାରେ ରହିଛନ୍ତି ଆଉ ବାତ୍ୟା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି ।
ବାତ୍ୟା ଜନିତ ବର୍ଷାକୁ ନେଇ ଅରେଞ୍ଜ୍ ଆଲର୍ଟରେ ରହିଛି ରାୟଗଡ଼ା ଜିଲ୍ଲା ଏହାକୁ ନେଇ କୃଷି ବିଭାଗ ମଧ୍ୟ ତତ୍ପର ହୋଇଉଠିଛି । ଡାକବାଜି ଯନ୍ତ୍ର ମାଧ୍ୟମରେ ଗାଁ ଗାଁରେ ଚାଷୀଙ୍କୁ ଅମଳ ଧାନକୁ ସଂରକ୍ଷଣ ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ଧାନ, କପା ଅମଳ ହେବା ସ୍ଥିତିରେ ଥିବାବେଳେ ଅନେକ କ୍ଷେତରେ ଧାନ ଅମଳ ହୋଇ ପଡ଼ି ରହିଛି । ଉତ୍ପାଦିତ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର)ଠାରୁ ଦକ୍ଷିଣ ଓଡ଼ିଶାର 5 ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି । ଜିଲ୍ଳାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ଧାନକୁ ବିଲରେ ନ ଶୁଖାଇବା, ଅମଳ ଉପଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖିବା, ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖିବା ପାଇଁ ଜିଲ୍ଳାର ୧୧ଟି ବ୍ଳକରେ ପ୍ରଚାର ପ୍ରସାର କରାଯାଇଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାୟଗଡା