ଓଡିଶା

odisha

ETV Bharat / state

ରାୟଗଡା ସିଜେଏମ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

ରାୟଗଡା ସିଜେଏମ କୋର୍ଟରେ ହାଜର ହୋଇଛନ୍ତି ଟପ୍‌ ମାଓନେତା ସବ୍ୟସାଚୀ ପଣ୍ଡା । ତାଙ୍କ ନାମରେ ଥିବା 2ଟି ଭିନ୍ନ ଭିନ୍ନ ମାମଲାରେ ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Mar 20, 2019, 9:13 PM IST

ରାୟଗଡା: କଡା ସୁରକ୍ଷା ମଧ୍ୟରେ ରାୟଗଡା ସିଜେଏମ କୋର୍ଟରେ ହାଜର ହୋଇଛନ୍ତି ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା । ଆଜି କୋର୍ଟରେ ଗତ 2002 ମସିହାରେ ପୋଲିସ ଭ୍ୟାନକୁ ଲ୍ୟାଣ୍ଡମାଇନ ଲଗାଇ ଉଡାଇଦେବା ଘଟଣା ଏବଂ ମୁକୁନ୍ଦପୁରର ଫାଣ୍ଡି ଅଧୀନସ୍ଥ ଲିଙ୍ଗାଗୁଡା ଠାରେ ଘଟିଥିବା ଏନକାଉଣ୍ଟର ଘଟଣାରେ ସବ୍ୟସାଚୀଙ୍କ ନାମରେ ଥିବା ମାମଲାର ସାକ୍ଷ୍ୟ ଗ୍ରହଣ ହୋଇଥିଲା ।

ଏହି ମାମଲାରେ 6ଜଣ ପୋଲିସ କର୍ମଚାରୀଙ୍କ ସାକ୍ଷ୍ୟ ପ୍ରଦାନ କରିଥିଲେ । ସେମାନେ ହେଲେ ଶ୍ରୀବତ୍ସ୍ୟ କୁମାର ସିଂ, ହାବିଲଦାର ମେଜର ସୂର୍ଯ୍ୟମଣି ବେହେରା, ରମେଶ କୁମାର ସେଠୀ, ଏସ. ବେହେରା , ରାଜେନ୍ଦ୍ର ଖରା ଓ ଶ୍ରୀକାନ୍ତ ସାସ । ଅପରପକ୍ଷେ ଏହି ଘଟଣାରେ ସବ୍ୟସାଚୀ ପଣ୍ଡାଙ୍କ କୌଣସି ହାତ ନ ଥିବା ପ୍ରତିପକ୍ଷଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 6 ଜଣଙ୍କ ସାକ୍ଷୀ ଗ୍ରହଣ ସରିଥିବାବେଳେ ଆହୁରି 14 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ଆସନ୍ତା ଏପ୍ରିଲ 24 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details