ରାୟଗଡା : ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାୟଗଡାର ଅମ୍ବାଦଳା ଥାନା ଡିମିରିଗୁଡା ଗାଁ ନିକଟରେ ଥିବା ଗଛ, ପଞ୍ଚାୟତ କାର୍ଯାଳୟର କାନ୍ଥ ଓ ଗୋଟିଏ ବସରେ ୭ଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ମାଓବାଦୀମାନେ ଶଙ୍କର ପାତ୍ର ଓ ହେମନ୍ତ ପାତ୍ରକୁ ହତ୍ୟା କରିଥିବାର କାରଣ ଏଥିରେ ଉଲ୍ଲେଖ କରିଛନ୍ତି ।
ମାଓ ପୋଷ୍ଟର ଠାବ, ପୋଲିସ ଇନଫର୍ମରକୁ ଧମକ - ପୋଲିସ ଇନଫର୍ମରକୁ ଧମକ
ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଠାବ । ଅଧିକ ପଢନ୍ତୁ....
୧ ସେପ୍ଟେମ୍ବରରେ କନ୍ଧମାଳ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟଣାରେ ଏହି ୨ଜଣ ପୋଲିସକୁ ଖବର ଦେଇଥିଲେ । ତେଣୁ ଏମାନଙ୍କୁ ପ୍ରଜାକୋର୍ଟରେ ହତ୍ୟା କରାଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଲିସ ଗାଁର ନିରିହ ଲୋକଙ୍କୁ ମଦମାଂସ ଦେଇ ଇନଫର୍ମର ତିଆରି କରୁଛି । ପୂର୍ବରୁ ହୋଇଥିବା ଅନ୍ୟାନ୍ୟ ଏନକାଉଣ୍ଟରରେ ସଂପୃକ୍ତ ବ୍ୟକ୍ତିଙ୍କୁ ମଧ ଏପରି ହତ୍ୟା କରାଯିବ ବୋଲି ଧମକ ରହିଛି। ଶଙ୍କର ଓ ହେମନ୍ତ ମୃତ୍ୟୁ ପାଇଁ ସରକାର ହିଁ ଦାୟୀ ବୋଲି ସିପିଆଇ ମାଓବାଦୀ ବଶଧାରା ଘୁମୁସର ନାଗାବଳି ଡିଭିଜନ ତରଫରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ