ଓଡିଶା

odisha

By

Published : Mar 2, 2022, 9:46 AM IST

ETV Bharat / state

ରାୟଗଡାରେ ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର

ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର । ଅଧିକ ପଢ଼ନ୍ତୁ

malnutration center inaugurated in rayagada
ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର

ରାୟଗଡ଼ା: ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର । ରାୟଗଡ଼ା ଜିଲ୍ଲାରେ ଏବେ ମଧ୍ୟ ଅପପୃଷ୍ଟିହାର ହ୍ରାସ ପାଇନାହଁ। ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଞ୍ଚଳ ପୁଟାସିଂରେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଖୋଲାଯାଇଛି ।

ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର

ଗତକାଲି(ମଙ୍ଗଳବାର)ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଅଞ୍ଚଳ ଗସ୍ତ କରିଥିଲେ। ଏଥିସହ କେରେବା ଓ ଅବଡା ଠାରେ ନୂତନ ନିର୍ମିତ ମାତୃ ଶିଶୁ ପୋଷଣ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଯାହା ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ମାତୃ ଶିଶୁ ସୁରକ୍ଷା ସାଙ୍ଗକୁ ଏହି ଅଞ୍ଚଳରେ ଅପପୃଷ୍ଟିକୁ ରୋକା ଯାଇପାରିବ। ପ୍ରଥମ ଦିନରେ ଜିଲ୍ଲାପାଳ ଶିଶୁ ମାନଙ୍କ ପାଇଁ ପ୍ରସ୍ତୁତ ଶୁଖିଲା ଖାଦ୍ୟର ପ୍ୟାକେଟ ବଣ୍ଟନ କରିଥିଲେ l ବିଳମ୍ବରେ ଵିଵାହ କରିଥିବା ୧୦ଜଣ ମହିଳାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ l ଆୟ ବୃଦ୍ଧି ନିମନ୍ତେ ୭ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଦାରିଦ୍ର୍ୟ ଦୂରୀକରଣ ପାଣ୍ଠି ଯୋଜନାରେ ତିନି ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ 1 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି l

ଏହି ଗସ୍ତ ବେଳେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ l ଗ୍ରାମବାସୀ ମାନେ ଵିଶେଷ କରି ବିଧବା ଭତ୍ତା, ପିଇବା ପାଣି, ବିଦ୍ୟତ ସମସ୍ୟା ଓ ରାସ୍ତlଘାଟ ନିର୍ମାଣ କରିବା ନିମନ୍ତେ ଦାବି ଜଣାଇଥିଲେ l

ରାୟଗଡ଼ରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details