ଓଡିଶା

odisha

ETV Bharat / state

କୋଭିଡ଼ ପରୀକ୍ଷା କେନ୍ଦ୍ରକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ - Local people protest the covid testing center

ରାୟଗଡାର ସହରର ଗାନ୍ଧୀନଗର ଓ ଇନ୍ଦିରାନଗର ସ୍ଥିତ ବିଦ୍ୟାଳୟ ଠାରେ ନୂତନ ଭାବେ ଖୋଲାଯାଇଛି କୋଭିଡ ସେଣ୍ଟର । ଅଧିକ ପଢନ୍ତୁ...

କୋଭିଡ଼ ପରୀକ୍ଷା କେନ୍ଦ୍ରକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ
କୋଭିଡ଼ ପରୀକ୍ଷା କେନ୍ଦ୍ରକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ

By

Published : May 22, 2021, 9:46 PM IST

ରାୟଗଡା: ସହରରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ସହର ବାସୀ ଭୟରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୂର୍ବରୁ କୋଭିଡ ପରୀକ୍ଷା କେନ୍ଦ୍ର ରହିଥିଲା ତାହା ବନ୍ଦ କରି ବର୍ତ୍ତମାନ ସହରର ଗାନ୍ଧୀନଗର ଓ ଇନ୍ଦିରାନଗରସ୍ଥିତ ବିଦ୍ୟାଳୟ ଠାରେ ନୂତନ ଭାବେ ଖୋଲାଯାଇଛି । ଫଳରେ ଭୟଭୀତ ଅବସ୍ଥାରେ ସେଠାକାର ଜନସାଧାରଣ ତୀବ୍ର ବିରୋଧ କରିବା ସହ ଜନବସତି ଅଞ୍ଚଳରେ କିଭଳି କୋଭିଡ଼ ପରୀକ୍ଷା କେନ୍ଦ୍ର କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଭଳିକି ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପୂର୍ବରୁ ସେଠାକାର ଜନବସତି, ଯାନବାହନ ପାର୍କିଂ ସ୍ଥଳୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି ନା ନାହିଁ ଅନୁଧ୍ୟାନ ନ କରି ତରବରିଆ ଭାବେ ପଦକ୍ଷେପ ନେଇଥିବା ଅଭିଯୋଗ ହେଉଛି ।

କୋଭିଡ଼ ପରୀକ୍ଷା କେନ୍ଦ୍ରକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ

ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଲୋକେ ସ୍ଥାନ ଅଭାବ ଯୋଗୁଁ ଏଣେତେଣେ ଲୋକଙ୍କ ଘର ବାରଣ୍ଡାରେ ବସି କାଶିବା ସହ ଛେପ ପକାଇବା ଦ୍ଵାରା ସଂକ୍ରମଣର ଶିକାର ହେବା ଆଶଙ୍କାରେ ଭୟଭୀତ ରହିଛନ୍ତି । କୋଭିଡ ପରୀକ୍ଷାକୁ ଲୋକେ ବିରୋଧ କରୁନଥିବା ବେଳେ ସଠିକ ସ୍ଥାନ ଚିହ୍ନଟ କରିବା ଦ୍ଵାରା ଲୋକେ କୌଣସି ପ୍ରକାର ଅସୁବିଧା ନ ଭୋଗି ସୁରୁଖୁରୁରେ ପରୀକ୍ଷା ହୋଇପାରିବ । ଏଣୁ ତୁରନ୍ତ ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details