ରାୟଗଡା:ସୌରା ଭାଷା ଓ ମଝିଘରିଆଣି ମନ୍ଦିରର ଭିତ୍ତିଭୂମି ବିକାଶ ନେଇ କ୍ୟାବିନେଟରେ ମୋହର ପରେ ଉତ୍ସବମୁଖର ରାୟଗଡା ଜିଲ୍ଲା । ଏହି ଅବସରରେ ମାତାର ବନମ ବିଞ୍ଜାନ ପ୍ରଚାର ସଂସ୍କୃତିର ସଭାପତି ରାମ ପ୍ରସାଦ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ବିଭାଗ ବିଷୟରେ ଆଲୋଚନା ହୋଇଥିବା ବେଳେ ରାୟଗଡା ଜିଲ୍ଲାର ମା ମାଝିଘରିଆଣି ମନ୍ଦିରର ଭିତ୍ତିଭୁମି ବିକାଶ ପାଇଁ ୬ ଏକର. ୩୦ ଡେସିମିଲି ଜମି ଲିଜ ଆକାରାରେ ପ୍ରଦାନ କରିଛନ୍ତି । ସେହିପରି ସୌରାଭାଷା ଲିପିକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ ପାଇଁ କରିବେ । ଏହାକୁ ନେଇ ରାୟଗଡ଼ାବାସୀଙ୍କ ମଧ୍ୟରେ ଖୁସୀର ଲହରୀ ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।
ସୌରାଭାଷା ଲିପିକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ହେଲେ ଜନଜାତିଙ୍କ ଭାଷାର ପ୍ରଚାର ପ୍ରସାର, ସଂସ୍କୃତିର ସଂରକ୍ଷଣ, ବିକାଶ, ବିଭିନ୍ନ ବିଷୟରେ ଆଲୋଚନା, ଲେଖା , ଗବେଷଣା, ଅଧ୍ୟୟନ ଦିଗରେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହାଦ୍ୱାରା ରାଜ୍ୟର ୫ ଲକ୍ଷ ସୌରା ଭାଷାଭାଷି ଲୋକେ ଉପକୃତ ହୋଇପାରିବେ ବୋଲି ବିଜୁ ସ୍ବସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧିର କୁମାର ଦାସ କହିଥିଲେ ।