ରାୟଗଡା: ନିର୍ବାଚନ ପୂର୍ବରୁ ମଦ ତାତି । ନିର୍ବାଚନ ଠାରୁ ମଦକୁ ଦୂରେଇ ରଖିବାକୁ ନିର୍ବାଚନ ଆୟୋଗଙ୍କ ଜୋରସୋର ଉଦ୍ୟମ । ଏନେଇ ନିର୍ବାଚନର 36 ଘଣ୍ଟା ପୂର୍ବରୁ ଜିଲ୍ଲାର ସମସ୍ତ ମଦ ଦୋକାନ ଗୁଡିକୁ ସିଲ କରିଛି ଅବକାରୀ ବିଭାଗ ।
ଭିଡିଓ ସୌଜନ୍ୟ: ସ,ମ୍ବାଦଦାତା, ରାୟଗଡା ଆଜି ସନ୍ଧ୍ୟାରୁ ପ୍ରଚାର ବନ୍ଦ ହୋଇଥିବାବେଳେ ମଦବିକ୍ରି ଉପରେ ରୋକ ଲଗାଇବାକୁ ଜିଲ୍ଲାର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସିଲ କରାଯାଇଛି ।
ଜିଲ୍ଲାରେ ଥିବା 13ଟି ଠିପି ଖୋଲା ଓ 30ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମେତ 15ଟି ବିହାରୀ ଦେଶୀ ଭାଟି ଓ ତାହାର 62ଟି ଶାଖାକୁ ମଧ୍ୟ ସିଲ କରିଛି ରାୟଗଡା ଅବକାରୀ ବିଭାଗ ।
ଏଥିସହିତ ଓଡିଶା ମଦ୍ୟ ପନ୍ୟାଗାର ଗୋଦାମ, କୁମୁଟିପେଣ୍ଠ ଠାରେ ଥିବା ବଟଲିଙ୍ଗ ପ୍ଲାଣ୍ଟ ଓ ଜୟପୁର ସୁଗର କମ୍ପାନୀକୁ ମଧ୍ୟ ସିଲ କରାଯାଇଥବା ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ