ଓଡିଶା

odisha

ETV Bharat / state

ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଧରପଗଡ - ମହୁଲି ଓ ବିଦେଶୀ ମଦ ଜବତ

ଓଡିଶା-ଆନ୍ଧ୍ର ସୀମାନ୍ତରେ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମଦ ଧରପଗଡ । ରାୟଗଡା ଜିଲ୍ଳା ଅବକାରୀ ବିଭାଗ, ଶେଷଖାଲ ଥାନା ପୋଲିସ ଓ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଳା ଅବକାରୀ ବିଭାଗ ମିଳିତଭାବେ ଏହି ଧରପଗଡ କରିଛିନ୍ତି । ଅଧିକ ପଢନ୍ତୁ...

ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଧରପଗଡ
ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଧରପଗଡ

By

Published : Nov 28, 2019, 10:55 PM IST

ରାୟଗଡା: ଓଡିଶା-ଆନ୍ଧ୍ର ସୀମାନ୍ତରେ ଗୁରୁବାର ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମଦ ଧରପଗଡ ହୋଇଛି । ଚୋରା ମଦ କାରବାର ରୋକିବା ପାଇଁ ହୋଇଥିବା ଧରପଗଡରେ ବ୍ୟାପକ ପରିମାଣର ଦେଶୀ, ମହୁଲି ଓ ବିଦେଶୀ ମଦ ଜବତ ହୋଇଛି ।

ଓଡିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ଧରପଗଡ

ରାୟଗଡ଼ା ଜିଲ୍ଳା ଅବକାରୀ ବିଭାଗ, ଶେଷଖାଲ ଥାନା ପୋଲିସ ଓ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଳା ଅବକାରୀ ବିଭାଗ ମିଳିତଭାବେ ଏହି ଧରପଗଡ କରିଛିନ୍ତି । ଶେଷଖାଲ ଥାନା ଅନ୍ତର୍ଗତ ସାନ୍ଧୁବାଡି, ରେଙ୍ଗାଲପାଡୁ ଓ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଳା କୃପମ ଥାନା ଅନ୍ତର୍ଗତ ଲାଡା ଅଞ୍ଚଳରେ ଚଢାଉ କରାଯାଇଥିଲା । ଶେଷଖାଲ ଥାନା ଅଧୀନର ସାନ୍ଧୁବାଡି ଓ ରେଙ୍ଗାଲପାଡୁ ଅଞ୍ଚଳରୁ 935 ଲିଟର ଦେଶୀ ମଦ, 14 ହଜାର 100 ଲିଟର ମହୁଲ ପୋଚ, 10 କ୍ବିଣ୍ଟାଲ୍ ମହୁଲ ଫୁଲ, ଆମୋନିଆ 200 କେଜି, ବିଦେଶୀ ମଦ 10 ପେଟି, ବିୟର 14 ପେଟି ଜବତ କରାଯାଇଛି ।

ସେହିପରି ଆନ୍ଧ୍ରପ୍ରଦେଶ ଅବକାରୀ ବିଭାଗ ଦ୍ବାରା ଲାଡା ଗ୍ରାମାଞ୍ଚଳରୁ 365 ଲିଟର ଦେଶୀ ମଦ, 1500 ଲିଟର ମହୁଲ ପୋଚ ଓ ଗୋଟିଏ ମୋଟର ସାଇକେଲକୁ ମାଜିଷ୍ଟ୍ରେଟ ତଥା ରାୟଗଡା ବ୍ଳକ ଅତିରକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ଜବତ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details