ଓଡିଶା

odisha

By

Published : Nov 1, 2022, 7:31 AM IST

ETV Bharat / state

ରାୟଗଡ଼ାରେ ଆଲୁମିନା କାରଖାନା କରିବ Adani Group, ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ରାୟଗଡ଼ାରେ ଆଦାନୀ ଗ୍ରୁପର ଆଲୁମିନା କାରଖାନା ସ୍ଥାପନ ପାଇଁ ୩ଟି ବ୍ଲକର ୪୧ଟି ଗ୍ରାମରେ ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା । ୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସାଙ୍ଗକୁ ୧୭୫ ମେଗାୱାଟର ଏକ କ୍ୟାପଟିଭ ପାୱାର ପ୍ଲାଣ୍ଟ ସ୍ଥାପନ କରିବା ନେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ଵାକ୍ଷର କରିଛି ଅଦାନୀ ଗ୍ରୁପ । ଅଧିକ ପଢ଼ନ୍ତୁ

ଆଲୁମିନା କାରଖାନା ସ୍ଥାପନ କରିବ ଆଦାନୀ ଗ୍ରୁପ, ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା
ଆଲୁମିନା କାରଖାନା ସ୍ଥାପନ କରିବ ଆଦାନୀ ଗ୍ରୁପ, ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା

ରାୟଗଡ଼ା: ଆଦାନୀ ଗ୍ରୁପର ଆଲୁମିନା କାରଖାନା ସ୍ଥାପନ ପାଇଁ ଖୋଲିଲା ରାସ୍ତା । ରାୟଗଡା ଜିଲ୍ଲା ୩ଟି ବ୍ଲକର ୪୧ଟି ଗ୍ରାମରେ ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା । ୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସାଙ୍ଗକୁ ୧୭୫ ମେଗାୱାଟର ଏକ କ୍ୟାପଟିଭ ପାୱାର ପ୍ଲାଣ୍ଟ ସ୍ଥାପନ କରିବା ନେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ଵାକ୍ଷର କରିଛି ଅଦାନୀ ଗ୍ରୁପ ।

ଆଲୁମିନା କାରଖାନା ସ୍ଥାପନ କରିବ ଆଦାନୀ ଗ୍ରୁପ, ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା

ଆଦାନୀ ଗ୍ରୁପ ରାୟଗଡା ଜିଲ୍ଲାରେ ଏକ ବୃହତ ଆଲୁମିନା କାରଖାନା ସ୍ଥାପନ କରିବାକୁ ଯାଉଛି । ୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସାଙ୍ଗକୁ ୧୭୫ ମେଗାୱାଟର ଏକ କ୍ୟାପଟିଭ ପାୱାର ପ୍ଲାଣ୍ଟ ସ୍ଥାପନ କରିବ । ଏନେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ଵାକ୍ଷର କରିଛି ଅଦାନୀ ଗ୍ରୁପ । ଜିଲ୍ଲାରେ ଗଛିତ ଥିବା ବକ୍ସାଇଟ ଖଣିର ବିନିଯୋଗ କରି ଏହି କାରଖାନା କାର୍ଯ୍ୟକ୍ଷମ ହେବ । ଏଥି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର, କୋଲନରା ଓ ରାୟଗଡା ତହସିଲ ଅଧୀନରେ ଥିବା ୪୧ଟି ଗ୍ରାମରେ ରାଜସ୍ବ ବିଭାଗ ତରଫରୁ ସର୍ଭେ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିଛନ୍ତି ସମ୍ପୃକ୍ତ ଅଞ୍ଚଳର ତହସିଲଦାର ମାନେ ।

କୋଲନରା ତହସିଲର ଅନ୍ତର୍ଗତ ଦୁନ୍ଦୁଲି ରାଜସ୍ବ ନୀରିକ୍ଷକଙ୍କ ଅଧିନରେ ଥିବା ଲକ୍ଷ୍ମୀପୁର, ରେଙ୍ଗାଲପାଡୁ, ଗାଡିଶେଷଖାଲ, ପେଦାଗୁଡା, କୁଲଟିଗୁଡା ଭଳି ୧୯ଟି ଗ୍ରାମରେ ସର୍ଭେ ହୋଇ ରିପୋର୍ଟ ଦାଖଲ ହୋଇଛି । ସେହିଭଳି କଲ୍ୟାଣସିଂହପୁର ତହସିଲର ଅନ୍ତର୍ଗତ ସିକରପାଇ ରାଜସ୍ବ ନୀରିକ୍ଷକ ଅଧିନରେ ଥିବା ବାଲାପାଇ, ମାଣ୍ଡାପୁଟ, ତଳଅଞ୍ଚଳବାଡି, ସେରିଗୁମା, ଚାରାପାଇ, ପାର୍ଲାପାଇ ଭଳି ୧୯ ଟି ଗ୍ରାମରେସର୍ଭେ ଶେଷହୋଇଛି । ରାୟଗଡା ତହସିଲର ଅନ୍ତର୍ଗତ ଗୁମ୍ମା ରାଜସ୍ବ ନୀରିକ୍ଷକ ଅଧିନରେ ଥିବା ୩ ଟିଗ୍ରାମରେ ମଧ୍ୟ ସର୍ଭେ କରାଯାଇଛି । ସେଗୁଡିକ ହେଲା ଡୁମାପାଇ, କିଆପାଡୁ ଓ ରାଇକଣା ଗ୍ରାମ ।

ସର୍ଭେ ସମୟରେ ମୁଖ୍ୟତଃ କେତେ ପରିମାଣ ସରକାରୀ ଓ ଘରୋଇ ଜମି ରହିଛି ଏବଂ ସେଗୁଡିକ କେଉଁ କିସମର ଜମି ରହିଛି, ସେଥି ମଧ୍ୟରୁ ପାହାଡ କେତେ ପରିମାଣର ରହିଛି ଓ ଜଳଉତ୍ସ କେଉଁଠି କେତେ ପରିମାଣର ଅଛି ତାହା ମଧ୍ୟ ଅନୁଧ୍ୟାନ କରିଛି ଜିଲ୍ଲା ପ୍ରଶାସନ । ଦୁନ୍ଦୁଲି ରାଜସ୍ବ ନୀରିକ୍ଷକଙ୍କ ଅଞ୍ଚଳରେ ଘରୋଇ ଜମି ଅଧିକ ଥିବାବେଳେ ସିକରପାଇ ଅଞ୍ଚଳରେ ସରକାରୀଜମି ଅଧିକ ରହିଛି । ସେହିଭଳି ଗୁମ୍ମା ଅଞ୍ଚଳରେ ପାହାଡ ଅଧିକ ରହିଛି । ଫଳରେ ଆଦାନୀ ଗ୍ରୁପର କାରଖାନା ପ୍ରତିଷ୍ଠା ନେଇ ଯେଉଁ ଛକାପଞ୍ଚା ଲାଗିରହିଥିଲା ତାହାର ଅନ୍ତ ହେବାକୁ ଯାଉଛି ।

ତେବେ ସିକରପାଇ କିମ୍ବା ଗୁମ୍ମା ଅଞ୍ଚଳରେଏହି କାରଖାନା ସ୍ଥାପନା ହେବା ଆଶା ଅଧିକ ରହିଛି । କାରଣ ପୁର୍ବରୁ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏକ ଆଲୁମିନା କାରଖାନା ପ୍ରତିଷ୍ଠା କରିବା ପାଇଁ ଆରଏସବି ମେଟାଲଟେକ ପ୍ରାଇଭେଟ ଲିଃ କାରଖାନା ପାଇଁ ଏହି ସ୍ଥାନ ନିରୁପଣ ହୋଇଥିଲା । ଏଥି ପାଇଁ ପଲ୍ଲୀସଭା ଓ ଗ୍ରାମସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ଲୋକଙ୍କ ପ୍ରବଳ ବିରୋଧ କାରଣରୁ କାରଖାନା ପ୍ରତିଷ୍ଠାରୁ ଓହରି ଯାଇଥିଲା ଆରଏସବି ମେଟାଲଟେକ । ଏବେ ପୁଣି ଏଠି ଅଦାନୀ ଗ୍ରୁପ ୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସାଙ୍ଗକୁ ୧୭୫ ମେଗାୱାଟର ଏକ କ୍ୟାପଟିଭ ପାୱାର ପ୍ଲାଣ୍ଟ ସ୍ଥାପନା କରିବା ନେଇ ଯୋଜନା କରୁଥିବା ବେଳେ ଜନସମର୍ଥନ କିପରି ଯୋଗାଡ କରିବ ତାହା ଆଗକୁ ଜଣାପଡିବ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details