ରାୟଗଡା: ଆଜି ହେଉଛି କୁମାର ପୂର୍ଣ୍ଣିମା ତଥା ଆଶ୍ୱିନ ପୂର୍ଣ୍ଣିମା । କୁଆଁରୀ ଝିଅଙ୍କ ପାଇଁ ଦିନଟିଏ । ଚାନ୍ଦ ପରି ସୁନ୍ଦର ବର ପାଇବା ପାଇଁ କୁଆଁରୀମାନେ ଏହି ଓଷା ପାଳନ କରିଥାନ୍ତି । ରାୟଗଡା ଜିଲ୍ଲାର ପୁରପଲ୍ଲୀରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ରାୟଗଡାରେ କୁମାର ପୂର୍ଣ୍ଣିମା, କୁଆଁରୀ ପାଳିଲେ ଓଷା - ରାୟଗଡା କୁମାର ପୂର୍ଣ୍ଣିମା
ରାୟଗଡା ଜିଲ୍ଲାର ପୁରପଲ୍ଲୀରେ କୁମାର ପୂର୍ଣ୍ଣିମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି କୁଆଁରୀମାନେ ସୂର୍ଯ୍ୟଙ୍କୁ ଖଇ ଆଞ୍ଜୁଳି ଟେକି ବନ୍ଦାପନା କରିଥିଲେ । ଅଧିକ ପଢନ୍ତୁ...
ରାୟଗଡାରେ କୁମାର ପୂର୍ଣ୍ଣିମା, କୁଆଁରୀ ପାଳିଲେ ଓଷା
ଆଜି ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି କୁଆଁରୀମାନେ ସୂର୍ଯ୍ୟଙ୍କୁ ଖଇ ଆଞ୍ଜୁଳି ଟେକି ବନ୍ଦାପନା କରିଥିଲେ । ସନ୍ଧ୍ୟାରେ ମା' ବୃନ୍ଦାବତୀଙ୍କ ନିକଟରେ କୋଠି କାଟି, ଭୋଗ ନୈବେଦ୍ୟ ଅର୍ପଣ କରି କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତ ଗାଇ ଚାନ୍ଦ ବନ୍ଦେଇ ଥିଲେ । ଅନ୍ୟପକ୍ଷରେ ଜହ୍ନି ଓଷା ଆଜି ଉଦଯାପିତ ହୋଇଥିଲା । ଘରେ ଘରେ ପିଠା ମିଠା ଓ ବନ୍ଧୁ ବାନ୍ଧବଙ୍କ ମେଳରେ ଏକ ନିଆରା ଭାଇଚାରାର ଭାବନା ଦେଖିବାକୁ ମିଳିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Oct 20, 2021, 9:15 PM IST