ଓଡିଶା

odisha

By ETV Bharat Odisha Team

Published : Aug 29, 2023, 6:52 AM IST

ETV Bharat / state

ଆଦିବାସୀ ମାନ୍ୟତା ଦାବି କଲା ଝୋଡ଼ିଆ ସମ୍ପ୍ରଦାୟ, ଭୋଟ ବର୍ଜନ ଚେତାବନୀ

ଆଦିବାସୀ ମାନ୍ୟତା ମିଳିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଝୋଡ଼ିଆ ସମ୍ପ୍ରଦାୟ ଲୋକେ । ଅଧିକ ପଢ଼ନ୍ତୁ

ଝୋଡ଼ିଆ ସମ୍ପ୍ରଦାୟ
ଝୋଡ଼ିଆ ସମ୍ପ୍ରଦାୟ

ଝୋଡ଼ିଆ ସମ୍ପ୍ରଦାୟ

ରାୟଗଡ଼ା: ଯୋର ଧରିଲା ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି । ମାନ୍ୟତା ନମିଳିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଲୋକେ । ତେବେ ଏଭଳି ଧମକ ଦେଇଛନ୍ତି ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ବାସକରୁଥିବା ୧ଲକ୍ଷରୁ ଅଧିକ ଝୋଡ଼ିଆ ସମ୍ପ୍ରଦାୟ ଲୋକେ ।

ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଏପରିକି ବାରମ୍ବାର ଦିଲ୍ଲୀ ଦରବାରକୁ ଯାଇ ଆଦିବାସୀ ଉନ୍ନୟନ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏପରିକି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଗୁହାରି କରଥିଲେ ମଧ୍ୟ ଆଦିବାସୀ ମାନ୍ୟତା କେବଳ ପ୍ରତିଶୃତି ମଧ୍ୟରେ ରହିଯାଇ ଥିବା ଅଭିଯୋଗ ଆଣିଛି ଝୋଡ଼ିଆ ସମ୍ପ୍ରଦାୟ । ତେବେ ଆଦିବାସୀ ମାନ୍ୟତା ନମିଳିଲେ ଆଗାମୀ ନିର୍ବାଚନରେ ୮୦ ଅଧିକ ଗାଁର ଝୋଡ଼ିଆ ସମ୍ପ୍ରଦାୟ ଭୋଟ ବର୍ଜନ କରିବେ ବୋଲି କୋଠର ନିଷ୍ପତ୍ତି ନେଇଥିବା କହିଛନ୍ତି ଝୋଡ଼ିଆ ପରଜା ସମାଜ ନେତ୍ରୀ ସୁମନୀ ଝୋଡିଆ ।

ଏହା ମଧ୍ୟ ପଢ଼ନ୍ତୁ....ଅଭିଯୋଗ ଶୁଣୁନି ପ୍ରଶାସନ, ରାସ୍ତା ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ ପାଣ୍ଡରୀପଥର ଗ୍ରାମବାସୀ

ଝୋଡ଼ିଆ ସଭାନେତ୍ରୀ ସୁମନୀ ଝୋଡ଼ିଆଙ୍କ ନେତୃତ୍ୱରେ ରାୟଗଡ଼ା କାଶିପୁର ବ୍ଲକ ପରଜା ସମାଜ ବାଗିରିଝୋଲାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟାଜାନି, ମୁଦୁଲି, ଗାଉଁଟିଆ, ଧାଙ୍ଗଡ଼ାମାଝି ଆଦି ୮୬ ଖଣ୍ଡ ଗାଁର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝୋଡ଼ିଆ ଜାତିକୁ ଆଦିବାସୀ ମାନ୍ୟତା ନମିଳିଲେ ଭୋଟ ବର୍ଜନ କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ତେବେ ୧୯୯୨ ମସିହା ପରଠାରୁ ଝୋଡ଼ିଆ ସମ୍ପ୍ରଦାୟଙ୍କ ଆଦିବାସୀ ମାନ୍ୟତା କଟିଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ପଞ୍ଚାୟତ ନିର୍ବାଚନ ବେଳେ ଝୋଡ଼ିଆ ସମ୍ପ୍ରଦାୟ ଭୋଟ ବର୍ଜନ କରିଥିଲେ । ଝୋଡ଼ିଆ ସମ୍ପ୍ରଦାୟର ଏହି ବୈଠକ ପରଠୁ ଏହାର ପୁନରାବୃତ୍ତି ଘଟିବାର ସମ୍ଭାବନା ଦେଖାଦେଇଛି ।

ଆଦିବାସୀ ମାନ୍ୟତା ନମିଳିବା କାରଣରୁ ଝୋଡ଼ିଆ ସମ୍ପ୍ରଦାୟର ନିରୀହ ଗରିବ ଲୋକେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଯାହାଦ୍ୱାରା ସେମାନଙ୍କ ଜୀବନଜୀବିକା ନିର୍ବାହରେ ସମସ୍ୟା ଉପୁଜୁଛି । ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କାଶୀପୁର ବ୍ଲକର ଭୋଟ ନିର୍ଣ୍ଣାୟକ ଭୂମିକା ରହିଥିବା ବେଳେ ଆଗାମୀ ନିର୍ବାଚନରେ ଝୋଡ଼ିଆ ସମ୍ପ୍ରଦାୟଙ୍କ ଭୋଟ ବର୍ଜନ ନିଷ୍ପତି ସମସ୍ତ ଦଳ ପାଇଁ ଚିନ୍ତାର କାରଣ ପାଲଟିବାର ଆଶଙ୍କା ରହିଛି ।

ସୂଚନା ଅନୁସାରେ, ୧୯୬୪ ମସିହା ପୂର୍ବରୁ କାଶୀପୁର ବ୍ଳକ କଳାହାଣ୍ଡି ଜଲ୍ଲାରେ ରହିଥିଲା । ପୁନଃ ସୀମା ନିର୍ଦ୍ଧାରଣ ପରେ କାଶୀପୁର ବ୍ଲକଟି ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା ଉପଖଣ୍ଡ ଅଧିନକୁ ଆସିଥିଲା । ଏହାପରଠୁ ଝୋଡ଼ିଆ ପରଜା ଆଦିବାସୀ ଭାବେ ପ୍ରମାଣ ପତ୍ର ପାଇ ଆସୁଥିଲେ । ଏହାସହ ଆଦିବାସୀଙ୍କ ପାଇଁ ରହିଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତାରୁ ବାଦ ଦିଆଯାଇଥିଲା ବୋଲି କହିଛନ୍ତି ଝୋଡ଼ିଆ ସମାଜର ଅନ୍ୟ ଏକ ନେତା ତଥା ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details